‘ସରକାରୀ ଟଙ୍କାରେ ଶ୍ରଦ୍ଧା ଭାଟିକାନସିଟି ଯାଇଥିଲେ କି’? ବସନ୍ତ ପଣ୍ଡା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଏ ସେ ଶ୍ରଦ୍ଧା? ନବୀନ ନିବାସରେ ଯାହାର ରହିଛି ଅବାଧ ପ୍ରବେଶ । ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିଲେ ଭାଟିକାନ ସିଟି । ଏଭଳି ସଂଗୀନ ଆରୋପ ସହ ପ୍ରେସମିଟ କରିଛି ବିଜେପି । ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ବସନ୍ତ ପଚାରିଛନ୍ତି ଶ୍ରଦ୍ଧା ପ୍ରତି ସରକାରୀ କଳର ଏତେ ଶ୍ରଦ୍ଧା କାହିଁକି ? ସେ ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଥିଲେ ନା ନାହିଁ? ଏ ପ୍ରଶ୍ନ ପଚାରିବା ସହ ପୋପଙ୍କୁ ସାକ୍ଷାତ ସମୟର ଫଟୋ ବି ପ୍ରଦର୍ଶିତ କରିଛି ବିଜେପି ।

ଶ୍ରଦ୍ଧା ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ରାଜ୍ୟ । ପ୍ରଥମେ ବିଧାନସଭାରେ ତମ୍ବିତୋଫାନ ପରେ ଏବେ ଗୃହ ବାହାରେ ଏହି ଘଟଣାକୁ ଧରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଗୋଟିଏ ଦିନରେ ଏ ସଂପର୍କରେ ଦୁଇଟି ପ୍ରେସମିଟ କରିଛି ଦଳ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ମଧ୍ୟ ଶ୍ରଦ୍ଧା କଥା ଉଠାଇ ସରକାରଙ୍କୁ ପଚାରିଛନ୍ତି ପ୍ରଶ୍ନ । ଏ ସଂକ୍ରାନ୍ତରେ ପୂର୍ବରୁ ଯେବେ ବିଜେଡିକୁ ପ୍ରଶ୍ନ ହୋଇଛି ଦଳ ଏହାକୁ ଏକ ଇସୁ୍ୟଲେସ୍ ଇସୁ୍ୟ କହି ଅଧିକ କିଛି କହିବାକୁ ଚାହିଁନି ।

ସେପଟେ କଂଗ୍ରେସ ବି ବିଜେପ ିସହ ସ୍ୱର ମିଳାଇ ସରକାର ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବା ଦରକାର ବୋଲି ଦାବି କରିଥିଲା । ଶ୍ରଦ୍ଧା ନାମ୍ନୀ ମହିଳା ପାଇଁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହୋଇଛି କି ନାହା ତାହାର ଉତର ମାଗିଥିଲା ଦଳ । ବାସ୍ତବରେ ଏ ଶ୍ରଦ୍ଧା କିଏ, ତାହାର ଉତର ସରକାରଙ୍କ ପକ୍ଷରୁ କେହି ରଖୁନାହାନ୍ତି । ବିଜେପି ଅଭିଯୋଗ ସତ କି ମିଛ ତାହା ବି କେହି କହୁନାହାନ୍ତି । ଏପିରିକି ଯେଉଁ ଫଟୋ ବିଜେପି ଦେଖାଉଛି, ତାହାର ଉତର ବି କାହା ପାଖରେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’