Masthead

ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସୋମବାର ବିଭାଗ ପକ୍ଷରୁ ତିନି ଭାଷା ନୀତିକୁ କାର୍ଯ୍ୟକାରୀ କରିବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସଇ । ଚଳିତ ବର୍ଷ କିନ୍ତୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅନ୍ତରଭୁକ୍ତ ହେବେ ନାହିଁ । ନୂଆ ନିୟମରେ ୭ମ, ୮ମ ଏବଂ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ଏହି ତିନୋଟି ଭାଷାକୁ ପଢାଯିବ ବା ପଢିବାକୁ ହେବ । ପିଲା ମାନେ ଦୁଇଟି ବିଦେଶୀ ଭାଷା ଏବଂ ଗୋଟିଏ ଭାରତୀୟ ଭାଷାକୁ ବାଛିପାରିବେ । ପୂର୍ବରୁ ସିବିଏସଇ ଘୋଷଣା କରିଥିଲା ଯେ, ଜୁଲାଇ୧ ତାରିଖରୁ ୭ମ, ୮ମ ଓ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅତିକମ୍ରେ ଦୁଇଟି ଭାରତୀୟ ମାତୃଭାଷା ସହ ତିନୋଟି ଭାଷା ପଢିବା ବାଧ୍ୟତାମୂଳକ ହେବ । କିନ୍ତୁ ଏହି ନୂତନ ନିୟମ ୨୦୨୬-୨୭ ଶିକ୍ଷାବର୍ଷରୁ ଲାଗୁ ହେବ । ଏହି ନିଷ୍ପତ୍ତିକୁ ବିରୋଧ କରି ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଏସଇର ଏକାଡେମିକ୍ ନିର୍ଦ୍ଦେଶିକା ପ୍ରଜ୍ଞା ଏମ୍. ସିଂହ କହିଛନ୍ତି କି, ଚଳିତ ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତିନି ଭାଷା ପଢିବାକୁ ପଡିବ ନାହିଁ । ବର୍ତ୍ତମାନର ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଦଶମ ଶ୍ରେଣୀକୁ ଯିବା ପରେ ତୃତୀୟ ଭାଷାର ବୋର୍ଡ ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ ।
ସିବିଏସଇ ତିନି-ଭାଷା ନୀତି :
• ୨୦୨୬-୨୭ ଶିକ୍ଷା ବର୍ଷର ବର୍ତ୍ତମାନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ଚାଲି ଆସୁଥିବା ଦୁଇ ଭାଷା ହିଁ ବଳବତ୍ତର ରହିବ ।
• ସେମାନଙ୍କୁ ତୃତୀୟ ଭାଷା ପଢିବା ବାଧ୍ୟତାମୂଳକ ହେବ ନାହିଁ ।
• ବର୍ତ୍ତମାନ ୭ମ,୮ମ ଓ୯ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀକୁ ଯିବା ପରେ ତୃତୀୟ ଭାଷାରେ ସିବିଏସଇ ବୋର୍ଡ ପରୀକ୍ଷା ଦେବାକୁ ପଡିବ ନାହିଁ ।
• ତୃତୀୟ ଭାଷା ପାଇଁ ଶ୍ରେଣୀ ଉପଯୋଗୀ ପାଠ୍ୟସାମଗ୍ରୀ ଠିକ୍ ସମୟରେ ଯୋଗାଇ ଦିଆଯିବ ।
• ପରୀକ୍ଷାର ଚାପ ବଢାଇବା ପରିବର୍ତ୍ତେ ଆନନ୍ଦଦାୟକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି