Masthead

୬୫ ବର୍ଷରେ ଫାଶୀ ଦଣ୍ଡ

ପୁଣେ(ବଡ଼ ଖବର ବ୍ୟୁରୋ): ଦୁଷ୍କର୍ମ..ପରେ ହତ୍ୟା । ୬୦ଦିନରେ ପ୍ରମାଣ । ଆଉ କୋର୍ଟ ଶୁଣାଇଲେ ଫାଶୀଦଣ୍ଡ । ତିନି ବର୍ଷର ଶିଶୁ କନ୍ୟାକୁ ଦୁର୍ଷ୍କମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଶୁଣାଇଲେ ଫାଶୀଦଣ୍ଡ । ମହାରାଷ୍ଟ୍ର ପୁଣେରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଅଭିଯୁକ୍ତ ୬୫ ବର୍ଷୀୟ ଭୀମରାଓ କାମ୍ବେଲେଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଦାଲତ ଏହାକୁ ଏକ ଜଘନ୍ୟ ଅପରାଧ କହିବା ସହ ଅଭିଯୁକ୍ତଙ୍କର ଉଦ୍ଦେଶ୍ୟ ଅତ୍ୟନ୍ତ ନିନ୍ଦନୀୟ ଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ୧ମଇ ୨୦୨୬.. ପୁଣେ ଜିଲ୍ଲାର ନସରାପୁର ଗ୍ରାମ । ଅଭିଯୁକ୍ତ ଭୀମରାଓ ୩ବର୍ଷର ଶିଶୁ କନ୍ୟାକୁ ଖାଇବା ଜିନିଷ ଦେବା ଏବଂ ନୂଆ ବାଛୁରି ଦେଖାଇବାର ପ୍ରଲୋଭନ ଦେଖାଇ ନିଜ ସହ ନେଇଯାଇଥିଲେ । ପରେ ସେ ଶିଶୁ କନ୍ୟାଙ୍କୁ ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥଲେ । ଏହି ଘଟଣା ଘଟିବା ପରେ ଲୋକେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ । ମାମଲାର ଗୁରୁତ୍ୱ ଦୃଷ୍ଟିରେ ରଖି, ଏହାକୁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟରେ ବିଚାର କରାଯାଇଥିଲା । ଘଟଣାର ମାତ୍ର ୬୦ ଦିନ ମଧ୍ୟରେ ହିଁ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବସ୍ତ୍ୟ କରିଥିଲେ । ଅତିରିକ୍ତ ସେସନ୍ସ ଜଜ୍ ଏସ୍.ଆର.ସାଲୁଙ୍ଖେ ଭୀମରାଓ କାମ୍ବେଲଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟାର ସମସ୍ତ ଅଭିଯୋଗରେ ଦୋଷୀ ସାବସ୍ତ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ