ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଏକ ଏସଏଚଜି ଗୃପ ପାଇଁ ୯ଲକ୍ଷ ଟଙ୍କାର ମିଛ ବିଲ କରାଇଦେବା କହି ୧ଲକ୍ଷ୭୫ ହଜାର ଟଙ୍କ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ କିଟ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଯେଉଁ ଗୃପ ଅଧିକ ଟଙ୍କା ଲାଞ୍ଚ ଦେଉଥିଲା ତାକୁ କିଟ ବଣ୍ଟନ ଦାୟୀତ୍ୱ ଦିଆଯାଉଥିଲା । ଗତକାଲି ଏକ ଏସଏଚଜି ଗୃପ ଠାରୁ ଲାଞ୍ଚ ନେଉଥିବା ସମୟରେ ଜୟପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ସ୍ମିତାରଣୀଙ୍କ କାର୍ଯ୍ୟାଳୟ ସମେତ ସେମିଳିଗୁଡ଼ା ସତ୍ୟ ନଗରରେ ଥିବା ବାସଭବନ ଉପରେ ଚଢଉ କରିଥିଲା । ଦୁର୍ନିତି ନିବାରଣ ସପ୍ତାହ ପାଳନ ଚାଲିଥିବା ବେଳେ ଭିଜିଲାନ୍ସ ଜାଲ ରେ ପଡ଼ିଛନ୍ତି ନ୍ତି ନନ୍ଦପୁର ସିଡିପିଓ ସ୍ମିଗ୍ଧାରାଣୀ ।
ପୂର୍ବରୁ ମଧ୍ୟ ଆୟବହିଃର୍ଭୁତ ସମ୍ପତି ଠୁଲ ମାମଲରେ ସ୍ମିଗ୍ଧାରାଣୀଙ୍କ ଘରେ ରେଡ ମାରିଥିଲା ଭିଜିଲାନ୍ସ । ୨୦୧୬ ମସିହା ମାର୍ଚ୍ଚରେ ସେମିଳିଗୁଡ଼ା ସିଡିପିଓ ଥିବା ସମୟରେ ଏହି ରେଡ ହୋଇଥିଲା । ଏହି ସମୟରେ କଳାହାଣ୍ଡି ଜିଲ୍ଲା ଏରମପୁର ଠାରେ ତାଙ୍କ ନାରେ ଅନେକ ଜମି, ୫ ଦାମି ଗାଡି,ବ୍ୟାଙ୍କରେ ଟଙ୍କା ଓ ସୁନା ଅଳଙ୍କାର ସହ ୮୦ରୁ ୯୦ଲକ୍ଷ ଟଙ୍କାର ସମ୍ପତି ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଖାଲି ସେତିକୁ ନୁହେଁ ଏମ ରାମପୁରରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ନାରେ ବହୁ ଅଭିଯୋଗ ଆସିଥିଲା ।