Before Header

ପାତାଳୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ

0 41

କୋରାପୁଟ(ବଡ଼ ଖବର ବ୍ୟୁରୋ); ପାତାଳି ନଦୀରେ ଦେଶୀ ଡ଼ଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ପାଡୁଆ ଥାନା ଅନ୍ତର୍ଗତ ଗଲଗୁଣ୍ଡା ଗ୍ରାମର ଜୟଖିଲ ହୋଇଥିବା ସୂଚନା । ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାତାଳି ନଦୀରେ ଖୋଜାଖୋଜି ଜାରି ରଖିଛି । ଗତକାଲି ଜୟ ତାଙ୍କ ପୁଅକୁ ଦେଖିବା ପାଇଁ ଗଲୁର ଗ୍ରାମକୁ ଯାଇଥିଲେ ।

ଗଲୁର ଆବାସ ବିଦ୍ୟାଳୟରେ ପୁଅକୁ ଦେଖା କରିବା ପରେ ତାଙ୍କ ଗ୍ରାମର ଆଉଜଣେ ଛାତ୍ର ଦେବ ବୁରୁଡିଙ୍କୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ । ଦେଶୀ ଡ଼ଙ୍ଗା ସାହାଯ୍ୟରେ ପାତାଳିନଦୀ ପାର ହେଉଥିବା ସମୟରେ ଡ଼ଙ୍ଗାଟି ବୁଡ଼ିଯାଇଥିଲା । ଦେବ ପହଁରି ପହଁରି କୂଳକୁ ଚାଲି ଆସିଥିବା ବେଳେ ଜୟ ନିଖୋଜ ହୋଇଯାଇଥିଲେ । ଗଲଗୁଣ୍ଡା ଗ୍ରାମବାସୀ ନଈରେ ଖୋଜିବା ପରେ ମଧ୍ୟ ଜୟଙ୍କ ପତା ମିଳିନଥିଲା । ଆଜି ମଧ୍ୟ ଅଗ୍ନିଶମ ବିଭାଗ ଦ୍ୱାରା ଖୋଜାଖୋଜି ଜାରି ରହିଛି ।

Leave A Reply

Your email address will not be published.