Masthead

ହଟହଟା ହେଲେ ତହସିଲଦାର

ମୋରଡା, (ବଡ଼ ଖବର ବ୍ୟୁରୋ): ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ । ବେଆଇନ ବାଲିଘାଟ ବନ୍ଦ କରିବାକୁ ଯାଇ ହଟହଟା ହୋଇଛନ୍ତି ମୋରଡା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ । ସୂଚନା ଅନୁଯାୟୀ ବଡମୁଣ୍ଡାବଣି ଗାଁ ଜମ୍ଭାରୀ ନଦୀରେ ଦିର୍ଘଦିନ ହେବ ବେଆଇନ ବାଲିଘାଟ ଚାଲିଥିଲା । ଖବର ପାଇ ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ବାଲିଘାଟ ବନ୍ଦ କରିବା ପାଇଁ ବାଲିଘାଟ ସହ ନଦୀକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବି ସାହଯ୍ୟରେ ଖୋଳି ରାସ୍ତା ବନ୍ଦ କରିଥିଲେ । ତେବେ ଏହି ରାସ୍ତା ଖୋଳାଯିବା ନେଇ ଗ୍ରାମବସୀ ତହସିଲାଦରଙ୍କୁ ଘେରିଥିଲେ । ସେମାନେ ଅଭିଯୋଗ କରିଛନ୍ତି କି ଏହି ରାସ୍ତାଦେଇ ସେମାନେ ଜମିରୁ ଧାନ ଆଣିବା ସହ ଯାତାୟତ କରୁଥିଲେ । ଏବେ ରାସ୍ତା ବନ୍ଦ ହେବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ଦାବିରେ ତହସିଦାଲଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ମୋରଡା ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ନିର୍ମାଣ ପାଇଁ ତହସିଲଦାର ପ୍ରତିଶୃତି ଦେବା ପରେ ଛାଡଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ