ଉଦଳା (ବଡ଼ ଖବର ବ୍ୟୁରୋ): ଅଚାନକ ଖସିଲା ସିଲିଂ। କୋଳରେ ନବଜାତକ ଧରି ବସିଥିବା ମହିଳାଙ୍କ ପିଠିରେ ପଡିଲା । ବଡ଼ ଅଘଟଣରୁ ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି। ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ପ୍ରସୂତି ବିଭାଗରେ ହୋଇଥିବା ସିଲିଂର କିଛି ଅଂଶ ହଠାତ ଗଳି ପଡିଥିଲା।
ଯାହାକି ପ୍ରସୂତି ମହିଳା ସଞ୍ଜୁଲତା ପାତ୍ର ନିଜର ନବଜାତକ ଶିଶୁକୁ ଧରି ବେଡରେ ବସିଥିବା ବେଳେ ସିଲିଂଟି ତାଙ୍କ ପିଠି ଉପରେ ଗଳି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ନବଜାତକ ଉପରେ ପଡି ନାହିଁ। ଏହା ସହିତ ଅନ୍ୟ ଜଣେ ପ୍ରସୂତିଙ୍କ ସ୍ୱାମୀ ସେହି ସମୟରେ ୱାର୍ଡ ଭିତରେ ଯାଉଥିବା ବେଳେ ତାଙ୍କ ଉପରେ ମଧ୍ୟ ପଡିଥିଲା। ସିଲିଂ ସହିତ ପାଣି ମଧ୍ୟ ପଡିଥିଲା । ଯାହାକି ଛାତରୁ ପାଣି ଖସି ସିଲିଂ ନଷ୍ଟ ହୋଇଥିବାରୁ ଗଳି ପଡ଼ିଥିବା କୁହାଯାଉଛି।
