Masthead

କଟକଣା ଭିତରେ ରଜ ସଂକ୍ରାନ୍ତି ପାଳନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ରଜର ଦ୍ୱିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି । କରୋନାର ୨ୟ ଲହର ଚାଲିଥବା ଯୋଗୁଁ ଏଥର ଫିକା ପଡିଛି ଗଣପର୍ବ ରଜ । ପ୍ରତିବର୍ଷ ଗାଁ ଠୁ ସହର ସବୁଠି ଦେଖିବାକୁ ମିଳିଥାଏ ଖୁସିର ଲହର । ରଜ ଝିଅମାନଙ୍କର ଏକ ବଡପର୍ବ ହୋଇଥିଲେ ବି କରୋନା ମହାମାରୀ ଭୟ ଯୋଗୁଁ କେହି ଏକାଠି ହୋଇପାରୁନାହାନ୍ତି ।ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ନାଗପୁର ଗ୍ରାମରେ ନିଜ ଘର ବାହାରେ ଲାଗିଥିବା ଦୋଳିରେ ପରିବାର ଲୋକ ଏବଂ ଅଳ୍ପ କେତେକ ସାଙ୍ଗ ମାନଙ୍କ ଗହଣରେ ରଜ ପାଳନ କରୁଛନ୍ତି |

ତାସହ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ଲଗାଇ ଖେଳୁଛନ୍ତି । ସେଥିପାଇଁ ଝିଅ ମାନଙ୍କ ମନ ଦୁଃଖରେ ଭାଙ୍ଗି ପଡିଛି । ହେଲେ ପିଠାପଣା ,ପାନଭଙ୍ଗା ଓ ରଜଦୋଳିର ପରମ୍ପରାକୁ ବଜାଇ ରଖିବାକୁ ଚେଷ୍ଟା କରିଛନ୍ତି ଓଡିଆ ଘରର ଝିଅମାନେ । ରଜ ଗୀତ ଗାଇ ନିଜ ଗାଁରେ ଦୋଳି ଖେଳି ମନ ବୁଝାଉଛନ୍ତି । ଘର ଘର ବୁଲି ପିଠା ଖାଇବା ଏବଂ ଗାଁ ରୁ ଗାଁ ସାଙ୍ଗ ହୋଇ ବୁଲିବା ସବୁ ବନ୍ଦ ହୋଇଯାଇଛି ।ତେବେ କରୋନା ମହାମାରୀ କାରଣରୁ ଫିକା ପଡିଛି ଏହି ଗଣପର୍ବ ରଜ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ