Masthead

ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ରାଜ୍ୟ ସରକାର ଏକଛତ୍ରବାଦୀ, ତୋଗଲକି ଶାସନ ଚଳାଇଛନ୍ତି । ଗଣମାଧ୍ୟମ ସରକାରଙ୍କ ଦୋଷ ଦୁର୍ବଳତା ଦେଖାଇଲେ, ତାଙ୍କ ଉପରେ ରାଗ ସୁଝାଉଛନ୍ତି ସରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି ମିଡ଼ିଆ ଉପରେ ଅଙ୍କୁଶ ଲାଗିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିର୍ଦ୍ଦିଷ୍ଟ ଖବରକାଗଜକୁ ବିଜ୍ଞାପନ ବନ୍ଦ, କିଛି ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପୋପଙ୍କୁ ଭେଟିବା ପାଇଁ ଧାଡ଼ିରେ ଛିଡା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଖବର ପ୍ରସାରଣ କରିଥିଲେ, ତାଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନିଆଗଲା ।

ସେ ଆହୁରି ମଧ୍ୟ କହିଛନ୍ତି ଗଣମାଧ୍ୟମକୁ ବିଜେଡି ଡରୁଛି । ଖାଲି ସେତିକି ନୁହେଁ ଗଣମାଧ୍ୟମକୁ ଲୋକସେବା ଭବନ, କ୍ୟାବିନେଟ୍ ବ୍ରିଫିଂକୁ ମନା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁବିଧା ସୁଯୋଗ ଦିଆଯାଉ ନାହିଁ । ଆକ୍ରୋଶମୂଳକ ଭାବେ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମନୋଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ