Masthead

ଶିକ୍ଷକଙ୍କ ଡେପୁଟେଶନ ଆଦେଶ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ନାକଟିଦେଉଳ(ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ବଦଳି କରାଯାଇଥିବାରୁ ଏହି ଡେପୁଟେସନ ଆଦେଶକୁ ତୁରନ୍ତ ବାତିଲ କରିବା ସହ ପୂର୍ବ ସ୍ଥାନରେ ଅବସ୍ଥାପିତ କରିବାକୁ ଦାବି କରି ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦିଆଯାଇଛି।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଯାମୁଯୋରୀ ଗ୍ରାମ ପଞ୍ଚାୟତର ଉପାନ୍ତ କୁଡାନାଳୀ ସରକାରୀ ଉଚ୍ଚବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ସମୁଦାୟ ୧୭୬ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ତେବେ ଏଠାରେ ଥିବା ପ୍ରଧାନ ଶିକ୍ଷକଙ୍କର ଗତ ୪ମାସ ତଳେ ଜୁଯୋମୁରା ବ୍ଲକକୁ ବଦଳି ହୋଇଯାଇଥିବା ବେଳେ ଗତ ମାସରେ ଜଣେ ଶିକ୍ଷକ ଏବଂ ସେପ୍ଟେମ୍ବର ୧ତାରିଖରେ ଆଉ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଅନ୍ୟତ୍ର ବଦଳି କରାଯାଇଛି ।

ଫଳରେ ବର୍ତ୍ତମାନ ୮ଜଣ ଶିକ୍ଷକଙ୍କରେ ପାଠ ପଢା ଠିକ ଭାବେ ହୋଇ ପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ଶୀଘ୍ର ଫେରାଇ ଆଣିବାକୁ ଗ୍ରାମବାସୀ ଏବଂ ଅଭିଵାବକ ମାନେ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ଆଜି ସକାଳୁ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାହୁଲ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଗ୍ରାମବାସୀ ମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଖବର ପାଇ ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ