Masthead

ଶିଶୁଙ୍କ କରୋନା ଚିକିତ୍ସା ପାଇଁ କେନ୍ଦ୍ରର ଗାଇଡ଼ଲାଇନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶିଶୁଙ୍କ କରୋନା ଚିକିତ୍ସା ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ । ଶିଶୁଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିରେ ପିଲାମାନଙ୍କର କରୋନା ଚିକିତ୍ସା ପାଇଁ ରେମଡେସିଭିର୍ ପ୍ରୟୋଗ କରିବାକୁ ମନା କରାଯିବା ସହ ୬ମିନିଟର ୱାକ୍ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣ ସମୟରେ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ମିନିଟ ୱାକ୍ ଟେଷ୍ଟ କରାଯାଉ । ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଏଡ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ସଠିକ୍ ସମୟରେ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧାରିତ ସୀମା ଭିତରେ ହିଁ ଦେବାକୁ ହେବ । ଏଚ୍ଆର୍ସିଟି ସ୍କାନିଂର କମ୍ ବ୍ୟବହାର ହେବା ଉଚିତ୍ । ପିଲାଙ୍କ ପାଇଁ ରେମ୍ଡେସିଭିର୍ ନଦେବା ପାଇଁ ପରାମର୍ଶ । ମଧ୍ୟମ ଲକ୍ଷଣ ଥିବା ସଂକ୍ରମିତଙ୍କୁ ପାରାସିଟାମୋଲ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ୪ ରୁ ୬ଘଣ୍ଟା ବ୍ୟବଧାନରେ ହିଁ ଦିଆଯିବ । ମଧୟମ କରୋନା ସଂକ୍ରମଣ କ୍ଷେତ୍ରରେ ଶୀଘ୍ର ଅକ୍ସିଜେନ ଥେରାପି ପାଇଁ ପରାମର୍ଶ ଦିଆଯାଇଛି । ସାମାନ୍ୟ କରୋନା ଲକ୍ଷଣ କ୍ଷେତ୍ରରେ କୋର୍ଟିକୋଷ୍ଟେରୋଇଡସ ନଦେବା ପାଇଁ କୁହାଯାଇଛି । ଏହା କେବଳ ସଂକ୍ରମଣ ଅଧିକ ବଢିବା କ୍ଷେତ୍ରରେ ହିଁ ବ୍ୟବହାର କରାଯିବ । ବିନା ଲକ୍ଷଣ କିମ୍ବା କମ୍ ଲକ୍ଷଣ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ନଦେବା ପାଇଁ ପରାମର୍ଶ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ