Masthead

ଶିଶୁଙ୍କ କରୋନା ଚିକିତ୍ସା ପାଇଁ କେନ୍ଦ୍ରର ଗାଇଡ଼ଲାଇନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶିଶୁଙ୍କ କରୋନା ଚିକିତ୍ସା ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ । ଶିଶୁଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିରେ ପିଲାମାନଙ୍କର କରୋନା ଚିକିତ୍ସା ପାଇଁ ରେମଡେସିଭିର୍ ପ୍ରୟୋଗ କରିବାକୁ ମନା କରାଯିବା ସହ ୬ମିନିଟର ୱାକ୍ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ସଂକ୍ରମଣ ସମୟରେ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ମିନିଟ ୱାକ୍ ଟେଷ୍ଟ କରାଯାଉ । ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଏଡ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ସଠିକ୍ ସମୟରେ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧାରିତ ସୀମା ଭିତରେ ହିଁ ଦେବାକୁ ହେବ । ଏଚ୍ଆର୍ସିଟି ସ୍କାନିଂର କମ୍ ବ୍ୟବହାର ହେବା ଉଚିତ୍ । ପିଲାଙ୍କ ପାଇଁ ରେମ୍ଡେସିଭିର୍ ନଦେବା ପାଇଁ ପରାମର୍ଶ । ମଧ୍ୟମ ଲକ୍ଷଣ ଥିବା ସଂକ୍ରମିତଙ୍କୁ ପାରାସିଟାମୋଲ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ୪ ରୁ ୬ଘଣ୍ଟା ବ୍ୟବଧାନରେ ହିଁ ଦିଆଯିବ । ମଧୟମ କରୋନା ସଂକ୍ରମଣ କ୍ଷେତ୍ରରେ ଶୀଘ୍ର ଅକ୍ସିଜେନ ଥେରାପି ପାଇଁ ପରାମର୍ଶ ଦିଆଯାଇଛି । ସାମାନ୍ୟ କରୋନା ଲକ୍ଷଣ କ୍ଷେତ୍ରରେ କୋର୍ଟିକୋଷ୍ଟେରୋଇଡସ ନଦେବା ପାଇଁ କୁହାଯାଇଛି । ଏହା କେବଳ ସଂକ୍ରମଣ ଅଧିକ ବଢିବା କ୍ଷେତ୍ରରେ ହିଁ ବ୍ୟବହାର କରାଯିବ । ବିନା ଲକ୍ଷଣ କିମ୍ବା କମ୍ ଲକ୍ଷଣ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ନଦେବା ପାଇଁ ପରାମର୍ଶ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ