Masthead

ମଣିପୁର ସ୍ଥିତି ସମ୍ଭାଳିବେ ଅବସରପ୍ରାପ୍ତ ସେନା

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ହିଂସାରେ ଜଳୁଛି ମଣିପୁର । କିଛି ଦିନର ଶାନ୍ତି ପରେ ପୁରି ଏବେ ଫେରିଛି ଅଶାନ୍ତି । ହିଂସାରେ ଏପର୍ଯ୍ୟନ୍ତ ୨୦୦ ଜଣଙ୍କ ମୃତ୍ୟୁ ହେଲାଣି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଅବସରପ୍ରାପ୍ତ ସେନା ଅଧିକାରୀ କଲୋନେଲ୍‌ ନେକ୍ଟର ସଞ୍ଜୀବମ୍‌ଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତ କରିଛନ୍ତି। ସଞ୍ଜୀବମ୍‌ ୨୦୧୫ରେ ମ୍ୟାନମାରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ୱ ନେଇଥିଲେ।

ଅଗଷ୍ଟ ୨୪ରେ ମଣିପୁର ସରକାର ସଞ୍ଜୀବମ୍‌ଙ୍କୁ ସିନିୟର ରାଜ୍ୟ ପୋଲିସ ବିଭାଗରେ ସିନିୟର ସୁପରିଟେଣ୍ଟେଣ୍ଡ ଭାବେ ନିଯୁକ୍ତି ଦେଇଛନ୍ତି । ସଞ୍ଜୀବମ୍‌ ତାଙ୍କ ଚାକିରି ଜୀବନରେ କୀର୍ତ୍ତିଚକ୍ର ଏବଂ ଶୌର୍ୟ୍ୟ ଚକ୍ର ଭଳି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ଜୁନ୍‌ ୧୨ରେ ହୋଇଥିବା ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ସଞ୍ଜୀବମ୍‌ଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଯୁଗ୍ମ ସଚିବ(ଗୃହ ବିଭାଗ) କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ