Masthead

ଶେଷଯାତ୍ରାରେ ବାୟୁସେନା ଯବାନ

ବିଷମକଟକ (ବଡ଼ ଖବର ବ୍ୟୁରୋ): ଗତ ବୁଧବାର ବାୟୁସେନା ଯବାନ୍ ସି.ଏଚ୍.ନାଗରାଜୁଙ୍କ ଗୁଜରାଟର ଗାନ୍ଧୀଧାମ ଠାରେ କାର୍ଯ୍ୟରତ ସମୟରେ ହୃଦଘାତରେ ପ୍ରାଣ ତ୍ୟାଗ କରିଥିଲେ । ସି.ଏଚ୍.ନାଗରାଜୁ ରାୟଗଡା ଜିଲ୍ଲା ବିଷମକଟକ ମାଟିର ସନ୍ତାନ ହୋଇଥିବା ବେଳେ ସେ ଗୁଜୁରାଟରେ ବାୟୁସେନାରେ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ଥିଲେ। ବାୟୁସେନା ପକ୍ଷରୁ ନାଗରାଜଙ୍କ ହୃଦଘାତରେ ପ୍ରାଣ ତ୍ୟାଗ କରିଥିବା ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇଁ ତାଙ୍କ ସ୍ତ୍ରୀ ଏବଂ ଭାଇ ଗୁଜରାଟ ପହଁଚିବା ପରେ ବିଭାଗ ତରଫର ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ବିମାନ ଯୋଗେ ବିଷାଖାପାଟଣା ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ବିଷମ କଟକ ପହଞ୍ଚିଥିଲା ।

ଶୁକ୍ରବାର ଅପରାହ୍ନରେ ନାଗରାଜଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଁଞ୍ଚିବା ପରେ ଶତାଧିକ ଲୋକ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ । ମରଶରୀର ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ରଖାଯାଇଥିବା ବେଳେ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ଜିଲ୍ଲା ସଭାପତି ସୁଧିର କୁମାର ଦାଶ, କଂଗ୍ରେସ ଦିଲୀପ ପଟ୍ଟନାୟକ ସହ ବିଷମକଟକ ଥାନା ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମର ଶରୀରର ପୁଷ୍ପମାଲ୍ୟାପର୍ଣ କରି ଶେଷ ଦର୍ଶନ କରିବା ସହ ପରିବାର ପ୍ରତି ସମବେଦନନା ଜଣାଇଛନ୍ତି । ଏହା ପରେ ନାଗରାଜଙ୍କ ମରଶରୀରକୁ ଏକ ବିରାଟ ଶୋଭା ଯାତ୍ରାରେ ସ୍ଥାନୀୟ ଶ୍ମଶାନକୁ ନିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ