Masthead

ଶେଷଯାତ୍ରାରେ ବାୟୁସେନା ଯବାନ

ବିଷମକଟକ (ବଡ଼ ଖବର ବ୍ୟୁରୋ): ଗତ ବୁଧବାର ବାୟୁସେନା ଯବାନ୍ ସି.ଏଚ୍.ନାଗରାଜୁଙ୍କ ଗୁଜରାଟର ଗାନ୍ଧୀଧାମ ଠାରେ କାର୍ଯ୍ୟରତ ସମୟରେ ହୃଦଘାତରେ ପ୍ରାଣ ତ୍ୟାଗ କରିଥିଲେ । ସି.ଏଚ୍.ନାଗରାଜୁ ରାୟଗଡା ଜିଲ୍ଲା ବିଷମକଟକ ମାଟିର ସନ୍ତାନ ହୋଇଥିବା ବେଳେ ସେ ଗୁଜୁରାଟରେ ବାୟୁସେନାରେ ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ଥିଲେ। ବାୟୁସେନା ପକ୍ଷରୁ ନାଗରାଜଙ୍କ ହୃଦଘାତରେ ପ୍ରାଣ ତ୍ୟାଗ କରିଥିବା ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇଁ ତାଙ୍କ ସ୍ତ୍ରୀ ଏବଂ ଭାଇ ଗୁଜରାଟ ପହଁଚିବା ପରେ ବିଭାଗ ତରଫର ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ବିମାନ ଯୋଗେ ବିଷାଖାପାଟଣା ଅଣାଯିବା ପରେ ସେଠାରୁ ଆମ୍ବୁଲାନ୍ସରେ ବିଷମ କଟକ ପହଞ୍ଚିଥିଲା ।

ଶୁକ୍ରବାର ଅପରାହ୍ନରେ ନାଗରାଜଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଁଞ୍ଚିବା ପରେ ଶତାଧିକ ଲୋକ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ । ମରଶରୀର ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ରଖାଯାଇଥିବା ବେଳେ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ଜିଲ୍ଲା ସଭାପତି ସୁଧିର କୁମାର ଦାଶ, କଂଗ୍ରେସ ଦିଲୀପ ପଟ୍ଟନାୟକ ସହ ବିଷମକଟକ ଥାନା ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମର ଶରୀରର ପୁଷ୍ପମାଲ୍ୟାପର୍ଣ କରି ଶେଷ ଦର୍ଶନ କରିବା ସହ ପରିବାର ପ୍ରତି ସମବେଦନନା ଜଣାଇଛନ୍ତି । ଏହା ପରେ ନାଗରାଜଙ୍କ ମରଶରୀରକୁ ଏକ ବିରାଟ ଶୋଭା ଯାତ୍ରାରେ ସ୍ଥାନୀୟ ଶ୍ମଶାନକୁ ନିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ