Masthead

ଭାରତୀୟ ରେଳବାଇ: ଆୟ ଏବଂ ମାଲ ପରିବହନରେ ରେକର୍ଡ

(ବଡ଼ ଖବର ବ୍ୟୁରୋ): କରୋନା କାଳରେ ମଧ୍ୟ ଭାରତୀୟ ରେଳ ବିଭାଗ ରୋଜଗାର ଏବଂ ମାଲ ପରିବହନର ଅଭିବୃଦ୍ଧି ବଜାୟ ରଖିଛି । ଜୁନ ୨୦୨୧ରେ ରେଳବାଇ ୧୧୨.୬୫ ନିୟୁତ ଟନ ମାଲ ପରିବହନ କରିଥିଲା । ଯାହା ଜୁନ ୨୦୧୯ (୧୦୧.୩୧ ମିଲିୟନ ଟନ) ତୁଳନାରେ ୧୧.୧୯ ପ୍ରତିଶତ ବୃଦ୍ଧି ଘଟିଛି । ସେ ଅମ୍ଳଜାନ ଏକ୍ସପ୍ରେସ ହେଉ କିମ୍ବା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଆଣିବା ପାଇଁ ହେଉ ଭାରତୀୟ ରେଳବାଇ କରୋନା ମିଶନ ମୋଡରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଭାରତୀୟ ରେଳ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେପ୍ଟେମ୍ବର ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ କ୍ରମାଗତ ୧୦ ମାସ ମଧ୍ୟରେ ରେଳବାଇ ସର୍ବାଧିକ ମାଲ ପରିବହନ କରି ରେକର୍ଡ ସୃଷ୍ଟି କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, କରୋନା ଚ୍ୟାଲେଞ୍ଚ ସ୍ୱତ୍ତେ୍ୱ ଜୁନ ୨୦୨୧ରେ ଭାରତୀୟ ରେଳ ଆୟ ଏବଂ ମାଲ ପରିବହନରେ ଅଭିବୃଦ୍ଧି ବଜାୟ ରଖିଛି । ଜୁନ ୨୦୨୧ରେ ରେଳବାଇ ୧୧୨.୬୫ ନିୟୁତ ଟନ ମାଲ ପରିବହନ କରିଥିଲା । ଯାହା ଜୁନ ୨୦୧୯ (୧୦୧.୩୧ ମିଲିୟନ ଟନ) ତୁଳନାରେ ୧୧.୧୯ ପ୍ରତିଶତ ଅଧିକ ଅଟେ । ଜୁନ ୨୦୨୦ (୯୩.୫୯ ନିୟୁତ ଟନ) ତୁଳନାରେ ଏହି ମାଲ ପରିବହନ ୨୦.୩୭ ପ୍ରତିଶତ ଅଧିକ ଥିଲା ।

ଜୁନ ୨୦୨୧ରେ ମାଲ ପରିବହନ ୧୧,୧୮୬.୮୧ କୋଟି ଟଙ୍କା ଆୟ କରିଥିଲା । ଗତ ବର୍ଷ ଅର୍ଥାତ ଜୁନ ୨୦୨୦ ତୁଳନାରେ ଏହା ୨୬.୭ ପ୍ରତିଶତ ଅଧିକ ଥିଲା । ଜୁନ ୨୦୨୦ରେ ମାଲ ପରିବହନ ୮, ୮୨୯୩.୬୮ କୋଟି ଟଙ୍କା ହୋଇଥିବା ବେଳେ ଜୁନ ୨୦୧୯ରେ ପରିବହନରୁ ୧୦,୭୦୭.୫୩ କୋଟି ଟଙ୍କା ରୋଜଗାର କରାଯାଇଛି ।

ଜୁନ ୨୦୨୦ରେ ରେଳ ପରିବହନ ୫୦.୦୩ ନିୟୁତ ଟନ କୋଇଲା, ୧୪.୫୩ ନିୟୁତ ଟନ ଲୌହ-ପଥର, ୫.୫୩ ମିଲିୟନ ଟନ ଲୌହ ଏବଂ ଇସ୍ପାତ, ୪.୭୧ ମିଲିୟନ ଟନର ସାର, ୩.୬୬ ମିଲିୟନ ଟନର ଖଣିଜ ତୈଳ, ଏହା ବ୍ୟତୀତ ୬.୫୯ ନିୟୁତ ଟନ ସିମେଣ୍ଟ ମଧ୍ୟ ପରିବହନ କରିଥିଲା ।

ଏହା ସହିତ ରେଳବାଇ ବିଦ୍ୟମାନ ନେଟୱାର୍କରୁ ସାମଗ୍ରୀ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇଛି । ଏହି ସବୁ କାରଣରୁ, ଗତ ୧୯ ମାସ ମଧ୍ୟରେ ମାଲ ପରିବହନ ଦ୍ୱିଗୁଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’