Masthead

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ପୀରାହାଟ ଥାନା ଅଧିନସ୍ଥ ଉତ୍ତର ଦୌଲତପୁରରେ ଜମି ବାଡି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଏକ ବାଲି ବୋଝେଇ ଗାଡିକୁ ଅନ୍ଲୋଡିଂ ବେଳେ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ। ଯାହାର ଆକ୍ରମଣରେ ଶିକାର ହୋଇଥିଲେ ୩ ଜଣ। ଆହତମାନଙ୍କୁ ମେଡିକାଲ ପଠା ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ନୀରବତା ଏବଂ ପକ୍ଷପାତିତା ନେଇ ଅଭିଯୋଗ ହୋଇଛି । ଏହି ଗ୍ରାମର ଉମାକାନ୍ତ ପାଢୀଙ୍କ ଅଭିଯୋଗ ଅନୁଯାୟୀ ଜମିବାଡି ଘଟଣାରେ ବିବାଦ ଉଗ୍ରରୂପ ନେଇଥିଲା । ଏକ ବାଲି ବୋଝେଇ ଗାଡି ଅନ୍ଲୋଡ୍ କରିବା ବେଳେ ସଂଘବଦ୍ଧ ଭାବେ ରଡ, ବାଡି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଲୁହା ରଡରେ ଆକ୍ରମଣରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କର ମୁଣ୍ଡ, ଗୋଡ, ଛାତି, ପିଠି ହାତ ଆଦି ରକ୍ତାକ୍ତ ଓ କ୍ଷତାକ୍ତ ହୋଇପଡିଲା ।

ଏହି ଘଟଣାକୁ ନେଇ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତ ପକ୍ଷରୁ ପୋଲିସକୁ ଏକ ମିଥ୍ୟା ଏତଲା ଦେଇ ଗ୍ରାମବାସୀଙ୍କୁ ଫସେଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଗ୍ରାମବାସୀ ତିଵ୍ର ବିରୋଧ କରିଛନ୍ତି। ସଠିକ୍ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ନଗଲେ ପୋଲିସ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଗୁହାରୀ କରିବେ ବୋଲି ଆହତ ସହିତ ଗ୍ରାମବାସୀମାନେ ଚେତାବନି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼