Masthead

ଜେଲରୁ ନିର୍ବାଚନୀ ଇସ୍ତାହାର ପଠାଇଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ରାମଲୀଳା ମଇଦାନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ରାଲି ଚାଲିଛି । ଏହି ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ବିଜେପି ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଏହାସହ ଜେଲରୁ କେଜ୍ରିୱାଲ ଯେଉଁ ବାର୍ତ୍ତା ପଠାଇଛନ୍ତି ତାହା ସେ ପଢିଥିଲେ । ଅରବିନ୍ଦ କେଜ୍ରିୱାଲଙ୍କୁ ସିଂହ ବୋଲି ସମ୍ବୋଧିତ କରିଛନ୍ତି ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କୁ ବେଶି ଦିନ ବନ୍ଦି କରି ରଖାଯାଇ ପାରିବନି ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି କରାଯାଉଥିବା ରାଲିରେ ଏପରି କହିଛନ୍ତି ସୁନିତା। ଆଜି କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଅ’ ରାଲି କରାଯାଉଛି।

ଏହି ରାଲିରେ ଯୋଗ ଦେଇ ସୁନିତା କହିଛନ୍ତି, ‘ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦି କରି ରଖିପାରିବେନି।’ ରାଲିକୁ ସମ୍ବୋଧିକ କରିବା ସମୟରେ କେଜ୍ରିୱାଲ ଜେଲରୁ ଦେଇଥିବା ମେସେଜ୍ ପଢିବା ପୂର୍ବରୁ ସୁନିତା କହିଥିଲେ, “ଏହି ମେସେଜ୍ ପଢିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସ୍ୱାମୀଙ୍କୁ ଜେଲରେ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଠିକ୍ କାର୍ୟ୍ୟ କରିଛନ୍ତି କି? କେଜ୍ରିୱାଲ ଜଣେ ପ୍ରକୃତ ଦେଶପ୍ରେମୀ ଏବଂ ସଚ୍ଚୋଟ ବ୍ୟକ୍ତି ବୋଲି ବିଶ୍ୱାସ କରନ୍ତିନା? ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଅରବିନ୍ଦ କେଜ୍ରିୱାଲ ପଠାଇଥିବା ଇସ୍ତାହାର ମଧ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଲୋକସଭା ନିର୍ବାଚନରେ ଯଦି ଦେଶରେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହୁଏ ତେବେ କେଜ୍ରିୱାଲଙ୍କ ତରଫରୁ ଦେଶବାସୀଙ୍କୁ ୬ଟି ଗ୍ୟାରେଣ୍ଟି ମିଳିବ । ଏହି ଗ୍ୟାରେଣ୍ଟି ମଧ୍ୟରେ ରହିଛି .. ଇଣ୍ଡିଆ ମେଣ୍ଟର ସରକାର ଗଠନ ହେଲେ ସାରା ଦେଶର ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ମିଳିବ । ଗରିବଙ୍କ ପାଇଁ ମାଗଣା ବିଜୁଳି । ଦେଶର ପ୍ରତି ଗରିବ ପରିବାରକୁ ମାଗଣାରେ ବିଜୁଳି ସେବା । ଦେଶର ପ୍ରତିଟି ଗାଁରେ ବିକଶିତ ସରକାରୀ ସ୍କୁଲ ।

ଯେଉଁଠି ଗରିବ ଓ ଧନୀକ ପିଲାଙ୍କ ମଧ୍ୟରେ ଫରକ ରହିବ ନାହିଁ । ପ୍ରତି ପିଲାଙ୍କୁ ସରକାରୀ ସ୍କୁଲରେ ଉଚ୍ଚମାନର ଶିକ୍ଷା ମିଳିବ । ପ୍ରତିଟି ଗ୍ରାମରେ ମୋହଲ୍ଲା କ୍ଲିନକ ନିର୍ମାଣ କରାଯିବ । ପ୍ରତି ଜିଲ୍ଲାରେ ମଲ୍ଟିସ୍ପେଶାଲିଟି ସରକାରୀ ହସ୍ପିଟାଲ, ପ୍ରତି ବ୍ୟକ୍ତିଙ୍କ ପାଇଁ ମାଗଣା ଚିକିତ୍ସା ସେବା । ସ୍ୱାମୀନାଥନ କମିଟି ଆଧାରରେ ପ୍ରତି ଫସଲ ଉପରେ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ । ସବୁଠାରୁ ବଡ କଥା ହେଉଛି କି, କେଜ୍ରିୱାଲ ତାଙ୍କ ଷଷ୍ଠ ଗ୍ୟାରେଣ୍ଟିରେ ଲେଖିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟର ସରକାର ଗଠନ ହୁଏ ତେବେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ । ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ୨୮ରେ ରିମାଣ୍ଡ ଅବଧି ସରିବା ପରେ ପୁଣି ଏପ୍ରିଲ ୧ ଯାଏ ହେପାଜତକୁ ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼