ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ: କେ ସୁରେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଚସ୍ପତି ନିର୍ବାଚନକ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ କେ.ସୁରେଶ । କହିଛନ୍ତି, ‘ସରକାର ଇଣ୍ଡିଆ ଆଲାଏନ୍ସକୁ ନିର୍ବାଚନରେ ଲଢ଼ିବାକୁ ବାଧ୍ୟ କରିଛନ୍ତି। ଆମେ ବାଚସ୍ପତିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହୁଁ, କିନ୍ତୁ ସରକାର ଇଣ୍ଡିଆ ଆଲାଇନ୍ସର ନେତୃତ୍ୱ, ବିଶେଷ କରି କଂଗ୍ରେସ ଦଳଙ୍କ ନିକଟକୁ ଯେତେବେଳେ ଯାଇଥିଲେ, ସେତେବେଳେ ଆମେ ଉପ-ବାଚସ୍ପତି ପଦ ମାଗିଥିଲୁ।

ସେହି ସମୟରେ ଆମକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା। ଗତକାଲି ମଧ୍ୟ ସେମାନେ ସକାଳ ସାଢ଼େ ୧୧ଟା ସୁଦ୍ଧା କୌଣସି ସ୍ପଷ୍ଟ କରି ନଥିଲେ। ସରକାର କହିଥିଲେ ପ୍ରଥମେ ଆପଣ ବାଚସ୍ପତି ନିର୍ବାଚନକୁ ସମର୍ଥନ କରନ୍ତୁ। ଏହା ପରେ ଆମେ ଉପ-ବାଚସ୍ପତିଙ୍କ ବିଷୟରେ ଆଲୋଚନା କରିବୁ। ସରକାରଙ୍କ ଏହି ଉତ୍ତର ସନ୍ତୋଷଜନକ ନଥିଲା।

ତେଣୁ ଆମ ନେତାମାନେ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ। ଅନ୍ୟଥା, ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। କିନ୍ତୁ, ସେମାନେ ବିରୋଧୀ ଦଳ ସହ ସହଯୋଗ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଉପ-ବାଚସ୍ପତି ପଦ ପାଇଁ ବିରୋଧୀ ଦଳକୁ ସୁଯୋଗ ଦେବାକୁ ସେମାନେ ପ୍ରସ୍ତୁତ ନୁହନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’