Masthead

ଯାତ୍ରା ମଂଚରେ ‘ହେ ନବୀନ ବାବୁ…ଦେଖୁଥିଲେ ବିଜେଡି ବିଧାୟକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯାତ୍ରା ମଂଚରେ ଶୁଭିଲା ‘ହେ ନବୀନ ବାବୁ’ ଗୀତ । ଯାତ୍ରା ଦେଖୁଛନ୍ତି ଚାନ୍ଦବାଲି ବିଜେଡି ବିଧାୟକ । ଚର୍ଚ୍ଚାରେ ବ୍ୟୋମକେଶ ରାୟଙ୍କ ଯାତ୍ରା ନିଶା । ‘ନବୀନ ବାବୁ ଆମେ ତୁମ ଫ୍ୟାନ’କୁ ବିରୋଧ । ମଂଚରେ ‘ନବୀନ ଫ୍ୟାନ’ ଗୀତକୁ ନେଇ ଥାନାରେ ଅଭିଯୋଗ । ବିଧାୟକ କାହିଁକି ଗୀତକୁ ବିରୋଧ କଲେ ନାହିଁ ଉଠିଲା ପ୍ରଶ୍ନ । ଥାନାରେ କ୍ଷମା ପ୍ରାର୍ଥନା କଲେ ଯାତ୍ରା ମ୍ୟାନେଜର । କିଏ ଦେଇଥିଲା ଉପସ୍ଥାପକଙ୍କୁ ‘ନବୀନ ଫ୍ୟାନ’ ଗୀତ? ଯାତ୍ରାରେ ନବୀନଙ୍କ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କି?

ଭଲ କରି ନଜର ପକାନ୍ତୁ ଏହି ଯାତ୍ରା ମଂଚରେ ଉପସ୍ଥାପିକା ଗାଉଥିବା ଗୀତ ଉପରେ । ମଂଚରୁ ଜଣାପଡୁଛି ଯେ ଯାତ୍ରା ପାର୍ଟିର ନାଁ ସ୍ୱର୍ଣ୍ଣମହଲ । ନାଟକ ଆରମ୍ଭ ହେବା ପୂର୍ବରୁ ମଂଚ ଉପସ୍ଥାପିକା ଜଣକ ଗାଉଛନ୍ତି ହେ ନବୀନ ବାବୁ ଆମେ ତୁମ ଫ୍ୟାନ । ମଂଚ ତଳେ ବସିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଯାତ୍ରା ମଂଚରେ ବିଜେଡି ଗୀତକୁ ଲୋକେ ବିରୋଧ କରିଥିବା ବେଳେ କଥା ଥାନାରେ ପହଂଚିଥିଲା । ସେପଟେ ଯାତ୍ରା ମ୍ୟାନେଜରଙ୍କୁ ଥାନାକୁ ଡକାଇ ଆଲୋଚନା ହୋଇଥିବା ବେଳେ ଏଭଳି ଆଉ ହେବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଯାତ୍ରାରେ ନବୀନ ତୁମ ଫ୍ୟାନ ଗୀତ ଗାଇବାକୁ କିଏ ଦେଲା ଅନୁମତି । କିଛି ବିଜେଡି ଗୋଷ୍ଠୀ ନବୀନ ପ୍ରଚାର ପ୍ରସାର କରିବା ଭଳି ଲାଗୁନାହିଁ ତ? ବିଜେଡି ସରକାର ଯିବାର ୭ ମାସ ପରେ ତାଙ୍କ ନେତା ଓ କର୍ମୀ ଆଶା ବାନ୍ଧିଛନ୍ତି ଯେ ବିଜେଡି ପୁଣି କ୍ଷମତାକୁ ଆସିବ । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଏହାକୁ ଦୃଷ୍ଟିରେ ରଖି ମଂଚ ଉପସ୍ଥାପିକାଙ୍କୁ ଗୀତ ବୋଲିବାକୁ କୁହାଯାଇଥିବା ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା