Masthead

ଯାତ୍ରା ମଂଚରେ ‘ହେ ନବୀନ ବାବୁ…ଦେଖୁଥିଲେ ବିଜେଡି ବିଧାୟକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଯାତ୍ରା ମଂଚରେ ଶୁଭିଲା ‘ହେ ନବୀନ ବାବୁ’ ଗୀତ । ଯାତ୍ରା ଦେଖୁଛନ୍ତି ଚାନ୍ଦବାଲି ବିଜେଡି ବିଧାୟକ । ଚର୍ଚ୍ଚାରେ ବ୍ୟୋମକେଶ ରାୟଙ୍କ ଯାତ୍ରା ନିଶା । ‘ନବୀନ ବାବୁ ଆମେ ତୁମ ଫ୍ୟାନ’କୁ ବିରୋଧ । ମଂଚରେ ‘ନବୀନ ଫ୍ୟାନ’ ଗୀତକୁ ନେଇ ଥାନାରେ ଅଭିଯୋଗ । ବିଧାୟକ କାହିଁକି ଗୀତକୁ ବିରୋଧ କଲେ ନାହିଁ ଉଠିଲା ପ୍ରଶ୍ନ । ଥାନାରେ କ୍ଷମା ପ୍ରାର୍ଥନା କଲେ ଯାତ୍ରା ମ୍ୟାନେଜର । କିଏ ଦେଇଥିଲା ଉପସ୍ଥାପକଙ୍କୁ ‘ନବୀନ ଫ୍ୟାନ’ ଗୀତ? ଯାତ୍ରାରେ ନବୀନଙ୍କ ପ୍ରଚାର ପ୍ରସାର କରିବାକୁ ପ୍ରୟାସ କି?

ଭଲ କରି ନଜର ପକାନ୍ତୁ ଏହି ଯାତ୍ରା ମଂଚରେ ଉପସ୍ଥାପିକା ଗାଉଥିବା ଗୀତ ଉପରେ । ମଂଚରୁ ଜଣାପଡୁଛି ଯେ ଯାତ୍ରା ପାର୍ଟିର ନାଁ ସ୍ୱର୍ଣ୍ଣମହଲ । ନାଟକ ଆରମ୍ଭ ହେବା ପୂର୍ବରୁ ମଂଚ ଉପସ୍ଥାପିକା ଜଣକ ଗାଉଛନ୍ତି ହେ ନବୀନ ବାବୁ ଆମେ ତୁମ ଫ୍ୟାନ । ମଂଚ ତଳେ ବସିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଯାତ୍ରା ମଂଚରେ ବିଜେଡି ଗୀତକୁ ଲୋକେ ବିରୋଧ କରିଥିବା ବେଳେ କଥା ଥାନାରେ ପହଂଚିଥିଲା । ସେପଟେ ଯାତ୍ରା ମ୍ୟାନେଜରଙ୍କୁ ଥାନାକୁ ଡକାଇ ଆଲୋଚନା ହୋଇଥିବା ବେଳେ ଏଭଳି ଆଉ ହେବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଯାତ୍ରାରେ ନବୀନ ତୁମ ଫ୍ୟାନ ଗୀତ ଗାଇବାକୁ କିଏ ଦେଲା ଅନୁମତି । କିଛି ବିଜେଡି ଗୋଷ୍ଠୀ ନବୀନ ପ୍ରଚାର ପ୍ରସାର କରିବା ଭଳି ଲାଗୁନାହିଁ ତ? ବିଜେଡି ସରକାର ଯିବାର ୭ ମାସ ପରେ ତାଙ୍କ ନେତା ଓ କର୍ମୀ ଆଶା ବାନ୍ଧିଛନ୍ତି ଯେ ବିଜେଡି ପୁଣି କ୍ଷମତାକୁ ଆସିବ । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଏହାକୁ ଦୃଷ୍ଟିରେ ରଖି ମଂଚ ଉପସ୍ଥାପିକାଙ୍କୁ ଗୀତ ବୋଲିବାକୁ କୁହାଯାଇଥିବା ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା