Masthead

୧୫ବର୍ଷ ହେବ ସରୁନି ଇନ୍ଦିରା ଆବାସ ନିର୍ମାଣ

ଚନ୍ଦାହାଣ୍ଡି(ବଡ଼ ଖବର ବ୍ୟୁରୋ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଝାଲିଆପଡା ଗ୍ରାମର ସ୍ୱର୍ଗତ ହରିଚନ ଭୁଞ୍ଜିଆଙ୍କ ପରିବାରର ଭାଗ୍ୟରେ ନାହିଁ ସରକାରୀ ଆବାସ । ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ପକ୍କାଘର ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହା ଏମାନଙ୍କ ପାଇଁ ପ୍ରହସନ ପାଲଟିଛି। ୧୫ବର୍ଷ ତଳେ ହରିଚନଙ୍କୁ ସରକାରଙ୍କ ତରଫରୁ ମିଳିଥିଲା ଇନ୍ଦିରା ଆବାସ । ବତ୍ତମାନ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିନାହିଁ । ହରିଚନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଝାଟିମାଟି ଘରେ ଖୁନ୍ଦାଖୁନ୍ଦି ହୋଇ ଅତି ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ବର୍ଷାଦିନେ ରାତି ଅନିଦ୍ରା  ବେଳେ ଖରାଦିନେ ପଵନ ଭୟରେ ଅନ୍ୟ ଜାଗାରେ ସମୟ କଟାଉଛନ୍ତି । ସରକାରୀ ଆବାସ ପାଇଁ ବାରମ୍ବାର ପଲ୍ଲିସଭାରେ ଆବେଦନ କଲାପରେ ମଧ୍ୟ ଇସିସି ତାଲିକାରେ ନାମ ନାହିଁ କହି ଠକି ଚାଲିଚନ୍ତି ବୋଲି ହରିଚନଙ୍କ ପରିବାର ଲୋକେ କହିଛନ୍ତି । ସରକାରୀ ସାହାଯ୍ୟ କହିଲେ ମାସିକ ୫୦୦ଟଙ୍କା ବିଧବାଭତ୍ତା ଏବଂ ମୁଣ୍ଡପିଛା ୫ କେଜି ହିସାବରେ ୩୦ କେଜି ଚାଉଳ ଦେଇ ପ୍ରଶାସନ ହାତଟେକି ଦେଇଛି । ଜିଲ୍ଲାପାଳ ଏହି ପରିବାର ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାଵି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ