ଦିନମଜୁରିଆଙ୍କ ନାଁ ନେଇ ଠକିଦେଲେ ୧୦କୋଟି

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ପରେ ଏବେ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ଜିଏସଟି ଠକେଇ ଅଭିଯୋଗ । ଗୋଟାଏ ପଟେ ପରଘରେ କାମ କଲେ ପେଟକୁ ଦାନା ମିଳେ । ମୁଣ୍ଡଝାଳ ତୁଣ୍ଡେ ମାରି ହାଡଭଙ୍ଗା ପରିଶ୍ରମ କଲେ ପରିବାରକୁ ମିଳେ ଖାଇବାକୁ ଦିମୁଠା, ତାଙ୍କ ନାଁରେ ପୁଣି ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂହିଯୁବା ପଂଚାୟତରେ । ଗାଁର ଭଗବାନ ଧରୁଆଙ୍କ ନାଁରେ କଟକରେ ଚାଲିଛି ଷ୍ଟିଲ କଂପାନି । ଖାଲି କଂପାନି ଚାଲିନି ଠକେଇ ହୋଇଛି ପ୍ରାୟ ୧୦ କୋଟି ଟଙ୍କା । ଜିଏସଟି ଏନଫୋର୍ସମେଣ୍ଟୟୁନିଟର ଅଧିକାରୀମାନେ ତାଙ୍କ ଘରେ ପହଞ୍ଚି, ଏସମ୍ପର୍କରେ ସମନ ଦେବାପରେ ଆବାକ ହୋଇଯାଇଛନ୍ତି ଅଞ୍ଚଳବାସୀ ତଥା ପରିବାର । ସିଂହିଯୁବାର ଇନ୍ଦିରା କଲୋନିରେ ରହୁଥିବା ଭଗବାନ ଧରୁଆ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ଏ ସଂପର୍କରେ କିଛି ଯାଣିନଥିବା କହିଛନ୍ତି । ବଲାଙ୍ଗିରର ଜିଏସଟି ଏନଫୋର୍ସମେଣ୍ଟର ସମନ ପାଇବା ପରେ ତାଙ୍କ ନାଁରେ କାଲେଶ୍ୱର ଷ୍ଟିଲ କମ୍ପାନି ନାମକ ଏକ ଠକ କମ୍ପାନୀ ତାଙ୍କୁ ମାଲିକ କରିଥିବା କୁହାଯାଇଛି । ଭଗବାନ ଧରୁଆ ଏବିଷୟରେ କିଛି ଜାଣିନଥିବା ନେଇ ତାଙ୍କ ପୁଅ ସଦାନନ୍ଦ ଧରୁଆ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’