Masthead

୯ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି ଚନ୍ଦ୍ରଯାନ-୨

(ବଡ଼ ଖବର ବ୍ୟୁରୋ): ଚନ୍ଦ୍ରଯାନ-୨ ମହାକାଶଯାନ କକ୍ଷପଥରେ ୨ବର୍ଷ ପୂରଣ କରିଛି । ଚନ୍ଦ୍ର କକ୍ଷ ପଥରେ ୯ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି ଚନ୍ଦ୍ରଯାନ-୨ ମହାକାଶଯାନ । ‌ଫଟୋ ଏବଂ ତଥ୍ୟ ପାଇଁ ଏଥିରେ ରହିଥିବା ‌କ୍ୟାମେରା ଏବଂ ବୈଜ୍ଞାନିକ ଉପକରଣ ଭଲ ତଥ୍ୟ ପ୍ରଦାନ କରୁଛି। ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚନ୍ଦ୍ର ବିଜ୍ଞାବ କର୍ମଶାଳା ୨୦୨୧ ଆରମ୍ଭ ବେଳେ ଏହି ସୂଚନା ଦିଆଯାଇଛି । ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୨ ଦୁଇବର୍ଷ ପୂରଣ ପରିପ୍ରେକ୍ଷୀରେ ଏହି କର୍ମଶାଳା ଆୟୋଜନ କରାଯାଇଛି।

ଇସ୍ରୋ ଅଧ୍ୟକ୍ଷ କେ ଶିବନ ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି, ଚନ୍ଦ୍ରଯାନ-୨ ମହାକାଶ ଯାନରେ ଥିବା ୮ଟି ପେଲୋଡ୍‌ ଦ୍ବାରା ଚନ୍ଦ୍ର ସଂପର୍କରେ ଅନୁଧ୍ୟାନ ଚାଲିଛି। ଚନ୍ଦ୍ରର ପୃଷ୍ଠଭୂମିରୁ ପ୍ରାୟ ୧୦୦ କିମି ଉଚ୍ଚରୁ ଉକ୍ତ ନିରୀକ୍ଷଣ କାର୍ଯ୍ୟ ହେଉଛି। ଏସଂପର୍କିତ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ଶିକ୍ଷାବିତ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଉପଲବ୍ଧ କରାଯାଇଛି। ଉକ୍ତ ତଥ୍ୟଗୁଡ଼ିକ ଅତ୍ୟନ୍ତ ଉତ୍ସାହଜନକ ରହିଛି ବୋଲି ଶିବନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଇସ୍ରୋର ଆପେକ୍ସ ସାଇନ୍ସ ବୋର୍ଡର ଅଧ୍ୟକ୍ଷ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରନ କୁମାର କହିଛନ୍ତି ଚନ୍ଦ୍ରଯାନ-୨ ଉପଗ୍ରହରରେ ଖଞ୍ଜାଯାଇଥିବା ଉପକରଣ ଗୁଡ଼ିକରେ ଅନେକ ନୂତନତ୍ବ ରହିଛି। ଏଥିଯୋଗୁ ନିରୀକ୍ଷଣ ଆଉ ଏକ ଉନ୍ନତ ଏବଂ ଉଚ୍ଚ ପର୍ୟ୍ୟାୟକୁ ଯାଇପାରିଛି। ଏଥିରେ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶକ ବନିତା ଏମ ଯୋଗଦେଇ ଆସନ୍ତା କିଛିବର୍ଷ ପାଇଁ ଏହି ଉପଗ୍ରହଠାରୁ ଭଲ ତଥ୍ୟ ମିଳିବା ଆଶା ରହିଛି ବୋଲି କହିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର