Before Header

ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩, ଖୋଲିବ ଚନ୍ଦ୍ରର ରହସ୍ୟ

0 31

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ବହୁ ପ୍ରତିକ୍ଷାର ଅନ୍ତ ପରେ ଶେଷରେ ଜୁଲାଇ୧୪ ଦିନ୨.୩୫ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରାୟନ-୩ । ୬୪୨ଟନ ଓଜନ ବିଶିଷ୍ଟ ବିଶାଳକାୟ ଏଲଭିଏମ୍‌-୪ ରକେଟରୁ ଉତକ୍ଷେପଣ ହେଲା ଚନ୍ଦ୍ରୟାନ-୩ ।ଆସନ୍ତା ଅଗଷ୍ଟ୨୩ରେ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ଚନ୍ଦ୍ରାୟନ-୩ । ବର୍ତ୍ତମାନ ଖୋଲିବ ଚନ୍ଦ୍ରର ରହସ୍ୟ । ଚନ୍ଦ୍ରୟାନ-୩ ଚନ୍ଦ୍ରକୁ ପୃଥିବୀ ଏବଂ ପୃଥିବୀକୁ କକ୍ଷପଥରୁ ଅଧ୍ୟୟନ କରିବ । ତେବେ ଆସନ୍ତୁ ଜାଣିବା ଏହାର ସଂପୂର୍ଣ୍ଣ ବିବରଣୀ ଉପରେ । ପିଲାବେଳେ ସମସ୍ତେ ଶୁଣିଥିବା ଜହ୍ନ ଆମର ମାମୁଁ ବୋଲି ।

ଜହ୍ନକୁ ନେଇ କେତେ ରହସ୍ୟ, କେତେ କାହାଣୀ । ଅନେକ କଥାର ନାୟକ ଜହ୍ନ । ପୁଣି ଅନେକ ସ୍ମୃତିର ସାକ୍ଷୀ ବି ଜହ୍ନ । ସୂର୍ଯ୍ୟ ବୁଡିଗଲେ ତାରାଙ୍କ ମେଳିରେ ଆକାଶକୁ ଝାପ୍ସା ଆଲୋକିତ କରି ପୃଥିବୀକୁ ଶୀତଳ ଛାୟା ଦିଏ ଜହ୍ନ । ଅନେକ ବର୍ଷ ତଳେ କେହି କେବେ କଳ୍ପନା କରି ନ ଥିବେ ଦିନେ ମଣିଷ ଚାନ୍ଦରେ ପହଂଚିଯିବ । ଜହ୍ନରେ ପାଦ ଥାପିଦେବ । କିନ୍ତୁ ବିଜ୍ଞାନର ବୃଦ୍ଧି ସହ ଏହା ସମ୍ଭବ ହୋଇଛି । ଅନେକ ବର୍ଷ ଧରି ଚନ୍ଦ୍ରକୁ ନେଇ ଗବେଷଣା କରୁଛି ବିଶ୍ୱ । ଏବେ ଭାରତକୁ ଏ ଦିଗରେ ମିଳିଛି ଐତିହାସିକ ସଫଳତା । ଚନ୍ଦ୍ର ଅଭିମୁଖେ ଯାତ୍ରା କରିସାରିଛି ଚନ୍ଦୟାନ ୩ । ଆସନ୍ତୁ ଜାଣିବା ଚନ୍ଦ୍ରୟାନ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏଥର ଚନ୍ଦ୍ର ଅଭିଯାନର ସବୁଠୁ ମହତ୍ୱପୂର୍ଣ୍ଣ ଦିଗ ହେଉଛି, ଏହା ଚନ୍ଦ୍ରର ଦକ୍ଷଣ ମେରୁ ଅଭିମୁଖେ ଯାତ୍ରା କରୁଛି । ଉତକ୍ଷେପଣ ସଫଳ ହୋଇଛି, ଯଦି ଲ୍ୟାଣ୍ଡିଂ ଯାଏଁ ସବୁ ଠିକ୍ ରହିଲା, ତେବେ ଚନ୍ଦ୍ର ଉପରେ ଗବେଷଣା କ୍ଷେତ୍ରରେ ଏହା ମାଇଲଖୁଂଟ ସାବ୍ୟସ୍ତ ହେବ । ଚନ୍ଦ୍ରୟାନ-୩ ୭ଟି ପେଲୋଡ୍ ସହିତ ଲଞ୍ଚ କରାଯାଇଛି ।

ସେଥିମଧ୍ୟରୁ ୪ଟି ପେଲୋଡ୍ ଲ୍ୟାଣ୍ଡର ବିକ୍ରମ ସହିତ ଜଡିତ । ଲ୍ୟାଣ୍ଡର ଏବଂ ରୋଭର ସହିତ ସଂଲଗ୍ନ ୬ଟି ପେଲୋଡ୍ ଚନ୍ଦ୍ର ପୃଷ୍ଠକୁ ଅଧ୍ୟୟନ କରିବ । ୩.୮୪ଲକ୍ଷ କିଲୋମିଟର ଯାତ୍ରାପରେ ଅଗଷ୍ଟ୨୩ ସଂନ୍ଧ୍ୟାରେ ଚନ୍ଦୟାଣ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିବ । ୬୧୫ କୋଟି ଟଙ୍କା ବ୍ୟୟ କରିଥିବା ଏହି ଅଭିଯାନ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିବାରେ ଚତୁର୍ଥ ସକ୍ଷମ ଦେଶ ହେବ । ଏହା ପୂର୍ବରୁ ଆମେରିକା, ଚୀନ, ଋଷିଆ ଏହି ସଫଳତା ହାସଲ କରିଛନ୍ତି । ଚନ୍ଦ୍ରୟାନ-୨ର ବିକ୍ରମ ଲ୍ୟାଣ୍ଡରର ଅବତରଣ ନାସାର ମ୍ୟାଡ୍ରିଡ ଷ୍ଟେସନରୁ ଟ୍ରାକ କରାଯାଇଥିଲା । କିନ୍ତୁ ଚଳିତଥର ବାଙ୍ଗଲୋରରେ ଅବସ୍ଥିତ ଟେଲିମେଟ୍ରି ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ ଷ୍ଟେସନ ମାଧ୍ୟମରେ ଲଞ୍ଚରୁ ଅବତରଣ ପର୍ଯ୍ୟନ୍ତ ମନିଟରିଂ କରାଯାଉଛି । ସବୁଠାରୁ ଶକ୍ତିଶାଳୀ ରକେଟ ଏଲବିଏମ୍‌-୩: ୪୩.୫ ମିଟର ଏବଂ ୬୪୨ ଟନ ଓଜନ ବିଶିଷ୍ଟ ଏଲଭିଏମ୍‌-୩ ରକେଟକୁ ଇସ୍ରୋର ବାହୁବଲୀ ରକେଟ କୁହାଯାଏ ।

ଏହା ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ । ଏହା ୪ଟନର ପେଲୋଡ ବହନ କରିବାକୁ ସକ୍ଷମ ଅଟେ । ଏହା ତିନି ପର୍ଯ୍ୟାୟ ବିଶିଷ୍ଟ ରକେଟ ଅଟେ । ଏଥିରେ ଦୁଇଟି କଠିନ ଇନ୍ଧନ ବୃଦ୍ଧିକାରୀ ଏବଂ ଗୋଟିଏ ତରଳ ବୁଷ୍ଟର ଅଛି । ଚନ୍ଦ୍ରୟାନର ସଫଳତା ପାଇଁ ୧୦ଟି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ: ଉଡାଣ କରିବାର ଠିକ୍‌୧୬ ମିନିଟ ପରେ ରକେଟ ଏମଏଲଭି-୩ ୧୭୯କିଲୋମିଟର ଉଚ୍ଚରେ ଚନ୍ଦ୍ରୟାନ-୩ ମହାକାଶରେ ପୃଥକ ହୋଇଥିଲା । ଚନ୍ଦ୍ରୟାନ ପୃଥିବୀ ପରିକ୍ରମା କରିବା ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ଏହା ପୃଥିବୀକୁ ଏକ ଅଣ୍ଡାକୃତି ସର୍କଲରେ ପରିକ୍ରମା କରିବ । ପରେ ଏହା ବିଭିନ୍ନ ସୋପାନରେ ଲକ୍ଷ୍ୟସ୍ଥଳରେ ପହଂଚିବ । ବୈଜ୍ଞାନିକ ଗବେଷଣା ପାଇଁ ଫଟୋ ଓ ତଥ୍ୟ ପ୍ରେରଣ କରିବ ।
୧. ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରୟାନ-୩କୁ ଚନ୍ଦ୍ର କକ୍ଷପଥରେ ରଖିବେ ।
୨. ଚନ୍ଦ୍ରୟାନ ଧୀରେ ଧୀରେ ଚନ୍ଦ୍ରର କକ୍ଷପଥକୁ ଓହ୍ଲାଇବେ ।
୩. ମଡ୍ୟୁଲ ଏବଂ ଲ୍ୟାଣ୍ଡର ବିକ୍ରମ ପରସ୍ପର ଠାରୁ ଅଲଗା ହେବେ ।
୪. ଲ୍ୟାଣ୍ଡର ଗତି ହ୍ରାସ କରିବା ପାଇର୍ ଡି-ବୁଷ୍ଟ କରାଯିବ ।
୫. ଲ୍ୟାଣ୍ଡର ସମସ୍ତ ସିଷ୍ଟମ ଯାଞ୍ଚ କରାଯିବ ।
୬. ଲ୍ୟାଣ୍ଡରକୁ ଚନ୍ଦ୍ରର ୧୦୦ କିଲୋମିଟର କକ୍ଷପଥରେ ଅଣାଯିବ ।
୭. ଲ୍ୟାଣ୍ଡର ସହିତ ସଂଲଗ୍ନ ପଲୋଡ ଗୁଡିକର ସାଧାରଣ କାର୍ଯ୍ୟ ସହିତ ଏହା ସମ୍ପନ୍ନ ହେବ ।
୮. ପ୍ରବୃତ୍ତି ମଡେଲ ଚନ୍ଦ୍ରର ୧୦୦ କିଲୋମିଟର କକ୍ଷପଥରେ ଫେରାଇ ନିଆଯିବ ।

Leave A Reply

Your email address will not be published.