Masthead

ଗିରଫ ହେଲେ ଶେଷାଦ୍ରି ନାଗ ହତ୍ୟା ଘଟଣାର ଅଭିଯୁକ୍ତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ବଲାଙ୍ଗିର ନିଖିଳ ନଗର କଲେଜ ଛାତ୍ରୀ ଶେଷାଦ୍ରି ନାଗ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଆଗଲପୁର ଥାନା ରୋଡ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ମିଳନ ରଣା ।

ପ୍ରେମ ବ୍ୟାପାରକୁ ନେଇ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ । ହେଲେ ଧରା ପଡିଯିବା ଭୟରେ ହତ୍ୟା ପରେ ରାଜ୍ୟ ବାହାରକୁ ଫେରାର୍ ମାରୁଥିଲା ଅଭିଯୁକ୍ତ ।ସୂଚନା ଅନୁସାରେ ଗୁରୁବାର ଏକୁଟିଆ ଥିବା ବେଳେ ଶେଷାଦ୍ରିଙ୍କ ଘରକୁ ଆସିଥିଲା ମିଲନ୍‌। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଏକ କଟୁରୀରେ ଶେଷାଦ୍ରିଙ୍କ ବେକ ପଛ ପଟେ କଟୁରୀରେ ହାଣି ଥିଲା । ଘଟଣାସ୍ଥଳରେ ଶେଷାଦ୍ରିଙ୍କ ମୃତ୍ୟୁ ପରେ ମିଲନ୍‌ ଟ୍ରେନ୍‌ରେ ଚଢ଼ି ରାଜ୍ୟ ବାହାରକୁ ପଳାଇ ଯାଉଥିଲା। ହତ୍ୟାକାଣ୍ଡ ଖବର ପାଇ ଟାଉନ୍‌ ଥାନା ପୁଲିସ୍‌ ମାମଲାର ଛାନଭିନ୍ କରିଥିଲା।

ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଏବଂ ମିଲନ୍‌ ଉପରକୁ ସନ୍ଦେହ କରି ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ମିଲନ୍‌ ରାଜ୍ୟ ବାହାରକୁ ଟ୍ରେନ୍‌ରେ ପଳାଉଥିବା ବେଳେ ଆର୍‌ପିଏଫ୍‌ର ସହାୟତାରେ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ମିଲନ୍‌କୁ ଧରି ସିନ୍‌ ରିକ୍ରିଏସନ୍‌ କରିଛି ପୋଲିସ। ତା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରାଯାଇଛି। ତେବେ ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମିଲନ୍‌ ସହ ତା ସହଯୋଗୀକୁ ମଧ୍ୟ ଗିରଫ କରାଯାଇଥିବା ଏସଡିପିଓ ତୁଫାନ୍ ବାଗ ସୂଚନା ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା