ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର (କକ୍ଷପଥ ପରିବର୍ତ୍ତନ) ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ଏହାପରେ ପ୍ରପଲ୍‌ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଏଥିରେ ଚନ୍ଦ୍ରପୃଷ୍ଠରୁ ବିକ୍ରମର ଦୂରତମ ଦୂରତା ୧୦୦ କିମି ଓ ନିକଟତମ ଦୂରତା ୩୦ କିମି ରହିବ। ତା’ପରେ ଅନ୍ତିମ ଅବତରଣ ପାଇଁ ଉଦ୍ୟମ କରାଯିବ। ୩୦ କିମି x ୧୦୦ କିମି କକ୍ଷପଥରେ ବିକ୍ରମକୁ ସ୍ଥାପନ କରିବାର ପ୍ରକ୍ରିୟା ସଫଳ ହେଲେ ଅବତରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ। ଏଥିରେ ୩୦ କିମି ଉଚ୍ଚରୁ ବିକ୍ରମର ପରିବେଗକୁ ହ୍ରାସ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।

ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ପରି ୩ଟି ମୁଖ୍ୟ ଅଂଶ ରହିଛି । ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ରର କକ୍ଷରେ ରହି ପୃଥିବୀକୁ ଆସିବାକୁ ଥିବା ବିକିରଣର ଅଧ୍ୟୟନ କରିବ । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ଖଣିଜ ଓ ପାଣି ଆଦି ଖୋଜିବାରେ ଲାଗିପଡ଼ିବେ । ଅଗଷ୍ଟ ୨୩ ସଂଧ୍ୟା ପ୍ରାୟ ୫ଟା ୪୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଜୁଲାଇ ୧୪ରେ ଉତ୍‌କ୍ଷେପିତ ଚନ୍ଦ୍ରଯାନ-୩ ବୁଧବାର ସୁଦ୍ଧା ମହାକାଶରେ ମୋଟ ୩୩ ଦିନ ‌ଅତିବାହିତ କରିସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’