Masthead

ଚନ୍ଦ୍ରପୃଷ୍ଠରେ ଉଡ଼ିଲା ତ୍ରିରଙ୍ଗା, ଖୁସିରେ ଝୁମିଲେ ଏସ ସୋମନାଥ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଅପେକ୍ଷାର ଅନ୍ତ ଘଟିଲା । ଚନ୍ଦ୍ରକୁ ଛୁଇଁଲା ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କଲା ଚନ୍ଦ୍ରୟାନ-୩ । ଚନ୍ଦ୍ରପୃଷ୍ଠରେ ଉଡ଼ିଲା ତ୍ରିରଙ୍ଗା । ତିନି ଥରର ପ୍ରୟାସ ପରେ ସଫଳ ହେଲା ଇସ୍ରୋର ଚନ୍ଦ୍ର ଅଭିଯାନ । ଜହ୍ନରେ ନାଁ ଲେଖିଲା ଭାରତ । ନିର୍ଦ୍ଧାରିତ ସମୟ ସଂଧ୍ୟା ୬.୪ରେ ସଫଳତାର ସହ ଅବତରଣ କରିଛି ଚନ୍ଦ୍ରଯାନ । ଭାରତର ୧୪୦କୋଟି ନାଗରିକ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ବିଦେଶରୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି।

ତେବେ ବିକ୍ରମର ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ ବେଙ୍ଗାଲୁରୁର ମୁଖ୍ୟାଳୟରେ ତାଙ୍କ ଟିମ୍‌ ସହ ପାର୍ଟିରେ ନାଚୁଥିବାର ନଜର ଆସିଥିଲେ। ଏହି ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ