Masthead

ବଦଳିବେ ଚେଲ୍ଲା କୁମାର!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ);  ମୁଣ୍ଡ ଉପରେ ନିର୍ବାଚନ । କନ୍ଦଳରେ ମାତିଛି ଓଡ଼ିଶା କଂଗ୍ରେସ ପରିବାର । ଠିକ ଏତିକି ବେଳେ ଦାୟିତ୍ୱ ଛାଡିଦେବେ ପ୍ରଭାରୀ ଚେଲା କୁମାର । ଯାହା ଖବର ଆସୁଛି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ବଦଳି ହେବ । ନୂଆ ପ୍ରଭାରୀଙ୍କୁ ଦାୟିତ୍ୱ ଦେବ ଏଆଇସିସି । ତଳକୁ ତଳକୁ ଖସୁଛି ରାଜ୍ୟ କଂଗ୍ରେସ । ଓଡ଼ିଶାରେ ଦୁର୍ବଳ ହେଉଛି ଦଳ । ନେତା, କର୍ମୀଙ୍କ ମଧ୍ୟରେ ଜୋସ୍ ନଥିବା ଭଳି ମନେହେଉଛି । ଆଉ ନିର୍ବାଚନ ସମୟରେ ମଧ୍ୟ ଏହା ପ୍ରତିଫଳିତ ହୋଉଛି । ସାଧାରଣ ନିର୍ବାଚନ, ପଂଚାୟତ ନିର୍ବାଚନ, ପୌର ଭୋଟ ଭଳି ଉପନିର୍ବାଚନରେ ବି ଦଳ ଜିଣିପାରିନି ଭୋଟରଙ୍କ ମନ। ଯାହାକୁ ନେଇ ଏବେ ପ୍ରଭାରୀ ଡ଼ .ଏ ଚେଲ୍ଲା  କୁମାରଙ୍କ ଉପରେ ଅସନ୍ତୋଷ ଅଛନ୍ତି କିଛି ନେତା ଓ କର୍ମୀ ।

ଦୀର୍ଘ ୪ବର୍ଷରୁ ଉର୍ଦ୍ଧ ସମୟ ହେବ ପିସିସିର ପ୍ରଭାରୀ ଭାବେ କାର୍ୟ୍ୟ ତୁଲାଇ ଆସୁଛନ୍ତି ଚେଲା। ଏହି ସମୟ ମଧ୍ୟରେ ଆସିଥିବା ନିର୍ବାଚନ ଗୁଡିକରେ ଦଳ ପରାଜୟ ବରଣ କରିବାସହ ଭୋଟ ପ୍ରତିଶତ ମଧ୍ୟ କମିଛି ।
ଦଳକୁ ସଂଗଠିତ ଓ ସୃଦୁଢ଼ କରିବା ଦିଗରେ ନାହିଁ ସେମିତି ଆଖିଦୃଶିିଆ ପଦକ୍ଷେପ । ଯାହା ପାଇଁ କଂଗ୍ରେସ ତଳକୁ ତଳ ଖସି ଚାଲିଛି। ତାଙ୍କ ନାମରେ ଆସିଛି ଅନେକ ସଙ୍ଗୀନ ଅଭିଯୋଗ। ସେପଟେ ରାଜ୍ୟ କଂଗ୍ରେସ କିଛି ନେତା ଚେଲା କୁମାରଙ୍କ କଥାକୁ ଗ୍ରହଣ କରୁନଥିବା ଜଣାପଡିଛି । ଏହି ପ୍ରକ୍ରିୟା ଯଦି ଆଗକୁ ଚାଲେ ତାହେଲେ ଖୁବଶିଘ୍ର ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ପ୍ରଭାରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ