Masthead

ଆଜି ଶପଥ ନେବେ ଚରଣଜିତ ସିଂହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଚରଣଜୀତ ସିଂହ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ମଧ୍ୟରେ ଆଜି ଦିନ ୧୧ଟାରେ ସେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ସମାରୋହରେ କେବଳ ୪୦ ଜଣଙ୍କୁ ଅନୁମତି ମିଳିଛି । ଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ନବଜୋତ ସିଂହ ସିଦ୍ଧୁ, ପ୍ରତାପ ସିଂହ ଓ ସୁଖଜିନ୍ଦର ସିଂହଙ୍କ ନେତାଙ୍କୁ ପଛରେ ପକାଇ ଚରଣଜୀତ ସିଂହ ରାଜ୍ୟର ମୁଖମନ୍ତ୍ରୀ ହୋଇଛନ୍ତି । ତେବେ ରାଜ୍ୟର ଜନସଂଖ୍ୟାରୁ ୩୦ ପ୍ରତିଶତ ହେଉଛନ୍ତି ଦଳିତ । ତେଣୁ ଦଳ ଗୋଷ୍ଠୀ କନ୍ଦଳର ମୁକାବିଲା କରିବା ଏବଂ ଜାତିଗତ ସମୀକରଣ ସାଧିବା ପାଇଁ ଚରଣଜିତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବାର କଥା ସାମ୍ନାକୁ ଆସିଛି ।

ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ପଞ୍ଜାବ କଂଗ୍ରେସ ବିଜେପିର ରୋଡ଼ ମ୍ୟାପକୁ ଅନୁସରଣ କରୁଛି । କାହିଁକିନା ପଞ୍ଜାବ ପୂର୍ବରୁ ଗୁଜରାଟରେ ମଧ୍ୟ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ଉଭୟ ଦଳ ଦଳିତଙ୍କୁ ସାମ୍ନାରେ ରଖି ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଋଣନୀତି ପ୍ରସ୍ତୁତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି