Masthead

ଆଜି ଶପଥ ନେବେ ଚରଣଜିତ ସିଂହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବହୁ କଳ୍ପନା ଜଳ୍ପନା ପରେ ଶେଷରେ ଚରଣଜୀତ ସିଂହ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ମଧ୍ୟରେ ଆଜି ଦିନ ୧୧ଟାରେ ସେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ସମାରୋହରେ କେବଳ ୪୦ ଜଣଙ୍କୁ ଅନୁମତି ମିଳିଛି । ଅନ୍ୟପଟେ କଂଗ୍ରେସ ହାଇକମାଣ୍ଡ ନବଜୋତ ସିଂହ ସିଦ୍ଧୁ, ପ୍ରତାପ ସିଂହ ଓ ସୁଖଜିନ୍ଦର ସିଂହଙ୍କ ନେତାଙ୍କୁ ପଛରେ ପକାଇ ଚରଣଜୀତ ସିଂହ ରାଜ୍ୟର ମୁଖମନ୍ତ୍ରୀ ହୋଇଛନ୍ତି । ତେବେ ରାଜ୍ୟର ଜନସଂଖ୍ୟାରୁ ୩୦ ପ୍ରତିଶତ ହେଉଛନ୍ତି ଦଳିତ । ତେଣୁ ଦଳ ଗୋଷ୍ଠୀ କନ୍ଦଳର ମୁକାବିଲା କରିବା ଏବଂ ଜାତିଗତ ସମୀକରଣ ସାଧିବା ପାଇଁ ଚରଣଜିତ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବାର କଥା ସାମ୍ନାକୁ ଆସିଛି ।

ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ପଞ୍ଜାବ କଂଗ୍ରେସ ବିଜେପିର ରୋଡ଼ ମ୍ୟାପକୁ ଅନୁସରଣ କରୁଛି । କାହିଁକିନା ପଞ୍ଜାବ ପୂର୍ବରୁ ଗୁଜରାଟରେ ମଧ୍ୟ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ଉଭୟ ଦଳ ଦଳିତଙ୍କୁ ସାମ୍ନାରେ ରଖି ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଋଣନୀତି ପ୍ରସ୍ତୁତ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ