Masthead

ଆଜି ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ

ଦୁବାଇ (ବଡଖବର ବ୍ୟୁରୋ):  ଆଇପିଏଲ ମହାସମରରେ ଆଜି ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ । ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏ ଲେଖାଏଁ ବିଜୟ ହୋଇଛନ୍ତି । ଆଜିର ମ୍ୟାଚ ବିଜୟ ଉଭୟ ଦଳର ଲକ୍ଷ । ଚେନ୍ନାଇ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇ ଦମଦାର ବିଜୟର ସ୍ୱାଦ ଚାଖିଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି । ସେପଟେ ହାଇଦ୍ରାବାଦ ମଧ୍ୟ ଦୁଇଟି ପରାଜୟ ବରଣ କରିଛି । ଚଳିତ ବର୍ଷ ଦଳ ଯଦିଓ ସେମିତି କିଛି ଆଖି ଦୃଷ୍ଟିଆ ଖେଳ ଦେଖାଇ ନାହିଁ ତେବେ ପୁଣିଥରେ ମ୍ୟାଚକୁ ଫେରିବା ଲାଗି ଚେଷ୍ଠା କରିବ ହାଇଦ୍ରାବାଦ ।

ଧୋନି ବାହିନୀ ଯଦିଓ ଭଲ ପ୍ରଦର୍ଶନ କରିଛି ତଥାପି ଶେଷରେ ପରାଜୟ ବରଣ କରିଛି । ଆନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେବାପରେ ମଧ୍ୟ ତାଙ୍କ ପ୍ରଂଶସକମାନେ ଆଶା ରଖିଛନ୍ତି କି ସେ ବଡ ବଡ ସଟ ଖେଳିବେ ଏବଂ ଦଳକୁ ବିଜୟ କରାଇବେ । ଶେଷ ମ୍ୟାଚରେ ଧୋନିଙ୍କ ହ୍ୟାଟ୍ରିକ ଛକା କ୍ରିକେଟ ପ୍ରେମୀଙ୍କ ମନ କିଣି ନେଇଥିଲା । ସେପଟେ ହାଇଦ୍ରାବାଦର ଉଦୀୟମାନ ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ ବଡ ବଡ ସଟ୍ ମାରିବାରେ ମାହିର । ଉଭୟ ଦଳରେ ଯୁବ ଖେଳାଳିଙ୍କ ସହ ଅଭିଜ୍ଞ ଖେଳାଳି ମଧ୍ୟ ରହିଛନ୍ତି । ଚଳିତ ବର୍ଷ ଯୁବ ଖେଳାଳିମାନେ ଭଲ ଖେଳ ପ୍ରଦର୍ଶକ କରୁଛନ୍ତି । ଏଣୁ ଆଜିର ମ୍ୟାଚରେ ଯୁବ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ