Masthead

ଡାକ୍ତରଙ୍କ ଅବହେଳା, ଚାଲିଗଲା ଗର୍ଭବତୀଙ୍କ ଜୀବନ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଗର୍ଭବତୀଙ୍କ ଜୀବନ । ଭୁଲ ଇଞ୍ଜେକ୍ସନ ଦେଇ ଗର୍ଭବତୀ ମା ଓ ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ଅଭିଯୋଗ କଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ପାଖ ଘରୋଇ ନର୍ସିଙ୍ଗ ହୋମରେ। ମୃତକ ହେଲେ କଳିକାପୁର ସନ୍ଦୀପ ଦାସଙ୍କ ସ୍ତ୍ରୀ ଆରତୀ ମଣି ଦାସ।

ସୂଚନା ଅନୁସାରେ ସକାଳେ ମହିଳା ଜଣକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ବାରିପଦାର ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା। କୌଣସି ଟେଷ୍ଟ ନକରି ଡାକ୍ତର ଭୁଲ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବାର ପାଞ୍ଚ ମିନିଟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ଓ ପରିବାର ଲୋକେ। ଏନେଇ ନର୍ସିଙ୍ଗ ହୋମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣା ସ୍ଥଳରୁ ଡ଼ଃ ଅଞ୍ଜନ ସଡଙ୍ଗୀ ଓ ନର୍ସ ଫେରାର ହୋଇଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’