Masthead

୨୦୧୯ରୁ ଛତିଶଗଡ଼ ସହଯୋଗ କରୁନି: ଆନନ୍ଦ ଚନ୍ଦ୍ର ସାହୁ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ । ଛତିଶଗଡ଼ ତଥ୍ୟ ଦେଉନଥିବା କହିଲେ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ସେ କହିଛନ୍ତି ୨୦୧୯ରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସହଯୋଗ କରୁନି । ଉପରମୁଣ୍ଡର ସ୍ଥିତି ନେଇ କୌଣସି ତଥ୍ୟ ଦେଉନି । ଛତିଶଗଡ଼ ଡ୍ୟାମରୁ କେତେ ପାଣି ନିଷ୍କାସିତ ଓ ଗଚ୍ଛିତ ହେଉଛି କହୁନି । ସେ କହିଛନ୍ତି ବନ୍ୟାଜଳ ପରିଚାଳନା ପାଇଁ ଓଡିଶା ବୈଠକ ପାଇଁ ବାରମ୍ବାର ଡାକୁଛି । ଏଥିପାଇଁ ଚିଠି ମଧ୍ୟ ଦେଇଛି ।

କିନ୍ତୁ ପଡୋଶୀ ବୈଠକ ପାଇଁ ରାଜି ହେଉନି କି ଆବଶ୍ୟକ ତଥ୍ୟ ଜଳ ପରିଚାଳନା ପାଇଁ ଦେଉ ନାହିଁ । ସେହିପରି ଥରୁଟିଏ ବି ବୈଠକ ପାଇଁ ଡାକି ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି । ଏବେ ଆମ ପାଖରେ ନୂଆ ଟେକ୍ନୋଲୋଜି ଅଛି, ଆଇଏମଡି ରିପୋର୍ଟକୁ ଆଧାର କରି ଜଳ ପରିଚାଳନା କରାଯାଉଛି ବୋଲି ଯନ୍ତ୍ରୀ କହିଛନ୍ତି । ସେପଟେ ଆଜି ହୀରାକୁଦର ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି