Masthead

ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ସାଥୀ ହୋଇ ଘର ସଂସାର କରିଥିଲେ । ସାଥୀ ହୋଇ ଦୁନିଆ ଛାଡିଲେ । ସାଥୀ ହୋଇ ଗୋଟିଏ ରୋଗରେ ଗୋଟିଏ ମେଡିକାଲରେ ଦମ୍ପତି ମୃତ୍ୟୁବରଣ କଲେ । ଏଭଳି ଦୁଖଃଦ ଘଟଣା ଘଟିଛି ଯାଜପୁର ସଦର ଥାନା ମହେଶ୍ବର ପଂଚାୟତର ଜୟିପୁର ଗ୍ରାମରେ । ସୂଚନା ଅନୁସାରେ ଗ୍ରାମର ଉଦୟନାଥ ଷଡଙ୍ଗୀ ହରିପୁରରେ କରିଥିବା ହାର୍ଡୱାର ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ହଠାତ ବାଟରେ ଅଚେତ ହୋଇଯାଇଥିଲେ ।

ସ୍ଥାନୀୟଲୋକଙ୍କ ସହାୟତାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏକଥା ଶୁଣି ତାଙ୍କ ପତ୍ନୀ ଅମ୍ବିକା ଷଡଙ୍ଗୀ ମଧ୍ୟ ଅଚେତ ହେବାରୁ ତାଙ୍କୁ ବି କଟକ ନିଆଯାଇଥିଲା । ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଉଭୟେ ହୃଦଘାତରେ ପ୍ରାଣ ହାରିଥିଲେ । ପରିବାର ଓ ଗ୍ରାମବାସୀଙ୍କ ସହ ବ୍ୟବସାୟି ସଂଘ ମିଶି ଖରସ୍ରୋତା ନଦୀ କୂଳରେ ଗୋଟିଏ ସ୍ଥାନରେ ଉଭୟଙ୍କ ଶବ ସତ୍କାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ