Masthead

ସଜାଇ ଦେଲେ ଭିକାରି

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ଛେଣ୍ଡିପଦା-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥ ବ୍ଳକ ଛକଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସରକାରୀ ଜମିରେ ବେଆଇନ ଭାବେ ତିଆରି ହୋଇଥିବା ଅର୍ଦ୍ଧନିର୍ମିତ ଦୋକାନ ଘରଗୁଡିକୁ ଗୁରୁବାର ଉଚ୍ଛେଦ କରାଯାଉଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଛେଣ୍ଡିପଦା ବ୍ଲକ ଛକଠାରେ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ସରକାରୀ ଜମିକୁ ଜବରଦଖଲ କରାଯାଇ ଦୋକାନ ଗୃହ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଛେଣ୍ଡିପଦା ତହସିଲ ପକ୍ଷରୁ ଏହାକୁ ବେଆଇନ ଘୋଷଣା କରି ନିର୍ମାଣାଧୀନ ଘରଗୁଡିକରେ ୧୪୫ ଧାରା ଅନୁଯାୟୀ ଲାଲ ପତାକା ଲଗାଯିବା ସହ ଘର ତିଆରି ନକରିବାକୁ ନୋଟିସ୍ କରାଯାଇଥିଲା । କିନ୍ତୁ ଏହାକୁ ଅବମାନନା କରି ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣ କରାଯାଇଥିବା କୁହଯାଇଛି ।

ଅନ୍ୟପଟେ ଦୋକାନଗୁଡିକୁ ନ ଭାଙ୍ଗିବାକୁ ଦୋକାନ ମାଲିକମାନେ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି । କିଛି ଦିନର ସମୟ ହେଲେ ସେମାନେ ନିଜେ ଭାଙ୍ଗିବେ ବୋଲି କହିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ କର୍ଣ୍ଣପାତ କରାଗଲା ନାହିଁ । ସେଜିବି ଲଗାଇ ଦୋକାନ ଘରଗୁଡିକ ଭାଙ୍ଗିବା ବେଳେ ଦୋକାନ ନିର୍ମାଣକାରୀମାନେ ଏହାକୁ ବିରୋଧ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଦୋକାନ ନିର୍ମାଣକାରୀମାନଙ୍କୁ ପୋଲିସ ବୁଝାସୁଝା କରିବା ପରେ ଜବରଦଖଲକାରୀ ଘରଗୁଡିକୁ ନିଜେ ଭାଙ୍ଗି ଦେବା ପାଇଁ ସମୟ ନେଇଥିଲେ । ଆସନ୍ତା ୪ ତାରିଖ ଭିତରେ ଉକ୍ତ ଘରଗୁଡିକୁ ଜବରଦଖଲାକାରୀମାନେ ନଭାଙ୍ଗିଲେ ୫ ତାରିଖରେ ସରକାରୀ ନିୟମ ଅନୁଯାୟୀ ଛେଣ୍ଡିପଦା ତହସିଲ ପ୍ରଶାସନ ପକ୍ଷରୁ ଘରଗୁଡିକୁ ଭାଙ୍ଗିବ ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି । ତେବେ ଦୋକାନିମାନଙ୍କୁ ପ୍ରଶାସନ ଦାଣ୍ଡର ଭିକାରି ସଜାଇଦେଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ