Masthead

ପିପିଲି ଉପନିର୍ବାଚନ,୩୦ ସୁଦ୍ଧା ନାମାଙ୍କନ

ପିପିଲି(ବଡ଼ ଖବର ବ୍ୟୁରୋ): ଘୋଷଣା ହୋଇଛି ନିର୍ବାଚନ ତାରିଖ । ନାମାଙ୍କନପତ୍ର ଦାଖଲ ନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ । ୩୦ ତାରିଖ ସୁଦ୍ଧା ହେବ ନାମାଙ୍କନପତ୍ର ଦାଖଲ । ଏନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଛକାପକ୍କା । ଅନ୍ୟପଟେ ପିପିଲିର ଗଡ ହାତେଇବାକୁ ବିଜେଡି ଆରମ୍ଭ କରିଛି ରୋଡ ମ୍ୟାପ । ତୃଣମୂଳସ୍ତରର କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ପାଇଁ ଦଳପକ୍ଷରୁ କରାଯାଇଛି ରୁଦ୍ଧଦ୍ୱାର ବୈଠକ । ଦଳ ପକ୍ଷରୁ ନୂଆ ମୁହଁକୁ ମିଳିପାରେ ସୁଯୋଗ ।

ନବୀନଙ୍କ ଭାବମୂର୍ତ୍ତିକୁ ଆଧାରକରି ନୂଆ ମୁହଁ ନେଇ ଜୋରଦାର ଚାଲିଛି ତର୍ଜମା । ଅନ୍ୟପଟେ ୨୪ଘଣ୍ଟା ନପୁରୁଣୁ ପୁଣି ଥରେ ପିପିଲିର ଏନଏସି ଓ ମ୍ୟୁନିସିପାଲଟିର କିଛି କର୍ମୀଙ୍କୁ ଏହି ଦାଇତ୍ୱ ଦିଆଯାଇଛି । ଶନିବାର ପ୍ରତାପ ଦେବେ ପିପିଲି ଯାଇଥିବା ବେଳେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ବିଧାୟକ ସଂଞ୍ଜିବ ମଲ୍ଲିକଙ୍କ ସମେତ ଅନ୍ୟମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦଳୀୟ ସୁପ୍ରିମୋ ଯାହାକୁ ଟିକେଟ ଦେବେ ତାଙ୍କୁ ଦଳ ସମର୍ଥନ କରିବେ ବୋଲି କହଇଛନ୍ତି ବହୁ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ