Masthead

ପିପିଲି ଉପନିର୍ବାଚନ,୩୦ ସୁଦ୍ଧା ନାମାଙ୍କନ

ପିପିଲି(ବଡ଼ ଖବର ବ୍ୟୁରୋ): ଘୋଷଣା ହୋଇଛି ନିର୍ବାଚନ ତାରିଖ । ନାମାଙ୍କନପତ୍ର ଦାଖଲ ନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ । ୩୦ ତାରିଖ ସୁଦ୍ଧା ହେବ ନାମାଙ୍କନପତ୍ର ଦାଖଲ । ଏନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଛକାପକ୍କା । ଅନ୍ୟପଟେ ପିପିଲିର ଗଡ ହାତେଇବାକୁ ବିଜେଡି ଆରମ୍ଭ କରିଛି ରୋଡ ମ୍ୟାପ । ତୃଣମୂଳସ୍ତରର କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ପାଇଁ ଦଳପକ୍ଷରୁ କରାଯାଇଛି ରୁଦ୍ଧଦ୍ୱାର ବୈଠକ । ଦଳ ପକ୍ଷରୁ ନୂଆ ମୁହଁକୁ ମିଳିପାରେ ସୁଯୋଗ ।

ନବୀନଙ୍କ ଭାବମୂର୍ତ୍ତିକୁ ଆଧାରକରି ନୂଆ ମୁହଁ ନେଇ ଜୋରଦାର ଚାଲିଛି ତର୍ଜମା । ଅନ୍ୟପଟେ ୨୪ଘଣ୍ଟା ନପୁରୁଣୁ ପୁଣି ଥରେ ପିପିଲିର ଏନଏସି ଓ ମ୍ୟୁନିସିପାଲଟିର କିଛି କର୍ମୀଙ୍କୁ ଏହି ଦାଇତ୍ୱ ଦିଆଯାଇଛି । ଶନିବାର ପ୍ରତାପ ଦେବେ ପିପିଲି ଯାଇଥିବା ବେଳେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ବିଧାୟକ ସଂଞ୍ଜିବ ମଲ୍ଲିକଙ୍କ ସମେତ ଅନ୍ୟମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦଳୀୟ ସୁପ୍ରିମୋ ଯାହାକୁ ଟିକେଟ ଦେବେ ତାଙ୍କୁ ଦଳ ସମର୍ଥନ କରିବେ ବୋଲି କହଇଛନ୍ତି ବହୁ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ