Masthead

ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ନେତା ଜି ଜାନ ଲଗାଇ ଦେଇଛନ୍ତି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ପାର୍ଟି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ।

ଅନ୍ୟପକ୍ଷରେ ଶାସକ ଦଳର ମୁକାବିଲା ପାଇଁ ପ୍ରମୁଖ ବିରୋଧୀ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପିର ଓଡ଼ିଶା ପ୍ରଭାରୀ ପୁରେନ୍ଦଶ୍ବରୀଙ୍କଠାରୁ ଆରମ୍ଭ କରି ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରକୁ ଓହ୍ଲାଇବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପିପିଲି ଆସି ଦଳୀୟ ପ୍ରଚାରକୁ ଅଧିକ ଶାଣିତ କରିବାର ଯୋଜନା ରହିଛି। କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଭୋଟରଙ୍କୁ ମନେଇବାରେ ଲାଗି ପଡିଛନ୍ତି । ଅନ୍ୟପଟେ ପଛରେ ପଡିନି ଅନ୍ୟ ପାର୍ଟି । ସେହି ଭଳି ଆଜି ସନ୍ଧ୍ୟା ୫ ଟାରେ ଦ ରିପବ୍ଲିକ ପାର୍ଟି ଇଣ୍ଡିଆ ପକ୍ଷରୁ ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ରାମ ଦାସ ଆଠୁଆଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ