ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ନେତା ଜି ଜାନ ଲଗାଇ ଦେଇଛନ୍ତି । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ପାର୍ଟି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ।

ଅନ୍ୟପକ୍ଷରେ ଶାସକ ଦଳର ମୁକାବିଲା ପାଇଁ ପ୍ରମୁଖ ବିରୋଧୀ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପିର ଓଡ଼ିଶା ପ୍ରଭାରୀ ପୁରେନ୍ଦଶ୍ବରୀଙ୍କଠାରୁ ଆରମ୍ଭ କରି ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଚାରକୁ ଓହ୍ଲାଇବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପିପିଲି ଆସି ଦଳୀୟ ପ୍ରଚାରକୁ ଅଧିକ ଶାଣିତ କରିବାର ଯୋଜନା ରହିଛି। କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଭୋଟରଙ୍କୁ ମନେଇବାରେ ଲାଗି ପଡିଛନ୍ତି । ଅନ୍ୟପଟେ ପଛରେ ପଡିନି ଅନ୍ୟ ପାର୍ଟି । ସେହି ଭଳି ଆଜି ସନ୍ଧ୍ୟା ୫ ଟାରେ ଦ ରିପବ୍ଲିକ ପାର୍ଟି ଇଣ୍ଡିଆ ପକ୍ଷରୁ ପିପିଲି ଉପନିର୍ବାଚନ ପ୍ରଚାର ମଇଦାନରେ ତାଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ରାମ ଦାସ ଆଠୁଆଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’