Masthead

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଚଢୁଛନ୍ତି ୧୮ ପାହାଚ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଚଢୁଛନ୍ତି ୧୮ ପାହାଚ । ଜିଲ୍ଲାର ସର୍ବୋଚ୍ଚ କାର୍ଯ୍ୟାଳୟରେ ଭିନ୍ନକ୍ଷମଙ୍କ ପାଇଁ ଏଭଳି ଅବ୍ୟବସ୍ଥା ସ୍ୱଚ୍ଛ ପ୍ରଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମସ୍ୟା ଜଣାଇବାକୁ ଦିବ୍ୟାଙ୍ଗ ଚଢୁଛନ୍ତି ୧୮ ପାହାଚ । ତିନିଜଣ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଚଢ଼ି ଚଢ଼ି ଯାଇଛନ୍ତି ।

ଜନ ସୂଚନା ଅଧିକାରୀଙ୍କୁ ଭେଟି ଦରଖାସ୍ତ ଦେବେ । ହେଉଥିବା କଷ୍ଟକୁ ଦେହରେ ମାରି ଜଣେ ଅନ୍ୟର ସାହାରା ହୋଇ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିଲେ । ଦିନଟି ଥିଲା ମଙ୍ଗଳବାର । ଜିଲ୍ଲାପାଳଙ୍କ କଚେରୀ ଦିବସ । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବଳ ଭିଡି । ଆଉ ଏହି ଭିଡ଼କୁ ଚିରି ହାତରେ କାଗଜ ଖଣ୍ଡିଏ ଧରି ଗୋଟିଏ ପରେ ଗୋଟିଏ ପାହାଚ ଚଢିଥିଲେ ୩ଜଣ ଭିନ୍ନକ୍ଷମ ।

ନିଜ ଆଖିରେ ଦୁନିଆକୁ ଦେଖିପାରୁନଥିବା ଦିବ୍ୟାଙ୍ଗ ସଙ୍ଗଠନର ଜିଲ୍ଲା ସଭାପତି ରାକେଶ ହିମିରିକା, ତାଙ୍କ ସହ ନିଜ ପାଦରେ ଚାଲିବା ଅସମ୍ଭବ ହୋଇପଡିବାରୁ ସାହାର ପାଲଟିଥିଲେ ଜଳନ୍ଧର ବାଚେଲି ଓ ପ୍ରଫୁଲ୍ଲ ବିଡିକା । ବର୍ଷବର୍ଷ ଧରି ଏଭଳି ଦୃଶ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି । ଏଭଳି ଅବ୍ୟବସ୍ଥାକୁ ନେଇ ଅନେକ ଥର ତର୍ଜମା ମଧ୍ୟ ହୋଇଛି । କିନ୍ତୁ ଆନ୍ତରିକତାର ଅଭାବରୁ କାର୍ଯ୍ୟକାରୀ ହେଉନାହିଁ । ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା