Before Header

ଏନଏସିରୁ ଆଳି-ରାଜକନିକା ବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0 1,294

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକକୁ ଏନଏସି ମାନ୍ୟତା ପାଇବାରୁ ବଞ୍ଚିତ ହୋଇ ଥିବାରୁ ଏହାର ପ୍ରତିବାଦରେ ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ନିଆଳ ହାଟ ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କ ବିରୁଦ୍ଧରେ ନାରା ଦେବା ସହିତ ଉଭୟଙ୍କ କୁଶ ପୁତଳିକା ଦାହ କରିଥିଲେ ।

ଦେବେନ୍ଦ୍ର ଶର୍ମା କହିଛନ୍ତି ଯେ ଦୀର୍ଘ ଦିନ ହେବ ଆଳିରେ ନିର୍ବାଚିତ ହେଉଥିବା ଲୋକ ପ୍ରତିନିଧି ମାନେ ଆଳି ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଦୀର୍ଘବର୍ଷ ପୂର୍ବେ ଆଳିର ୧୧ ଟି ଗାଁ ଓ ରାଜକନିକାର ୧୧ ଟି ଗାଁ ସହରାଞ୍ଚଳ ଘୋଷଣା ହୋଇଥିବା ବେଳେ ତାହା ଏନଏସି ହୋଇ ପାରିଲା ନାହିଁ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳିର ବିଧାୟକ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦାୟୀ କରି କୁଶପୁତଳିକା ଦାହ କରିଥିବା କହିଛନ୍ତି ।

ଯାହାକୁ ନେଇ ପ୍ରତାପ ଦେବ କହିଛନ୍ତି ଯେ ସହରାଞ୍ଚଳ ହେଲେ ଲୋକମାନେ ଏବେ ଯେଉଁ ସୁବିଧା ପାଉଛନ୍ତି ତାହା ଆଉ ପାଇବେ ନାହିଁ । ଲୋକମାନେ ଟିକସ ଦେବାକୁ ପ୍ରସ୍ତୁତ ତ ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କର କାମ ବିରୋଧ କରିବା । ଖାଇଗଲେ ନେଇଗଲେ କହିବା ଛଡା ଆଉ କିଛି ଜାଣି ନାହାନ୍ତି ବିରୋଧୀ କହିଛନ୍ତି।

Leave A Reply

Your email address will not be published.