Masthead

ଏନଏସିରୁ ଆଳି-ରାଜକନିକା ବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକକୁ ଏନଏସି ମାନ୍ୟତା ପାଇବାରୁ ବଞ୍ଚିତ ହୋଇ ଥିବାରୁ ଏହାର ପ୍ରତିବାଦରେ ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ନିଆଳ ହାଟ ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କ ବିରୁଦ୍ଧରେ ନାରା ଦେବା ସହିତ ଉଭୟଙ୍କ କୁଶ ପୁତଳିକା ଦାହ କରିଥିଲେ ।

ଦେବେନ୍ଦ୍ର ଶର୍ମା କହିଛନ୍ତି ଯେ ଦୀର୍ଘ ଦିନ ହେବ ଆଳିରେ ନିର୍ବାଚିତ ହେଉଥିବା ଲୋକ ପ୍ରତିନିଧି ମାନେ ଆଳି ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି । ଦୀର୍ଘବର୍ଷ ପୂର୍ବେ ଆଳିର ୧୧ ଟି ଗାଁ ଓ ରାଜକନିକାର ୧୧ ଟି ଗାଁ ସହରାଞ୍ଚଳ ଘୋଷଣା ହୋଇଥିବା ବେଳେ ତାହା ଏନଏସି ହୋଇ ପାରିଲା ନାହିଁ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଳିର ବିଧାୟକ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦାୟୀ କରି କୁଶପୁତଳିକା ଦାହ କରିଥିବା କହିଛନ୍ତି ।

ଯାହାକୁ ନେଇ ପ୍ରତାପ ଦେବ କହିଛନ୍ତି ଯେ ସହରାଞ୍ଚଳ ହେଲେ ଲୋକମାନେ ଏବେ ଯେଉଁ ସୁବିଧା ପାଉଛନ୍ତି ତାହା ଆଉ ପାଇବେ ନାହିଁ । ଲୋକମାନେ ଟିକସ ଦେବାକୁ ପ୍ରସ୍ତୁତ ତ ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କର କାମ ବିରୋଧ କରିବା । ଖାଇଗଲେ ନେଇଗଲେ କହିବା ଛଡା ଆଉ କିଛି ଜାଣି ନାହାନ୍ତି ବିରୋଧୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା