ଉଦ୍ଧାର ହେଲା ୩ବର୍ଷର ଶିଶୁପୁତ୍ର

ଖଇରା (ବଡ଼ ଖବର ବ୍ୟୁରୋ): ସଂସାରରେ ମା’ର ବିକଳ୍ପ ନାହିଁ । ଶ୍ରୀମନ୍ଦିର ନେତଠାରୁ ବହୁତ ବଡ଼ ତା’ ପଣତକାନି । ସେ କେବେ ଜନ୍ମଦେଇଥିବା ଛୁଆକୁ ପକାଇଦେବ ନାହିଁ । ମାତ୍ର ଆମେ ଏମିତି ଜଣେ ମା’ଙ୍କ କଥା କହୁଛି ଯିଏ ମା’ ନାମରେ ବୋଳିଛି କଳଙ୍କ । ମାତୃତ୍ୱକୁ କରିଛି ପଦାଘାତ । ଜନ୍ମଦେଇଥିବା ଶିଶୁପୁତ୍ରକୁ ନିଜ ପାଖରେ ରଖିପାରିଲାନି । ପୁଅକୁ ହୋଇଥିଲା ୩ ବର୍ଷ । ବିକିଦେଲା ଏହି ଶିଶୁକୁ । ଏବେ ଏହି ମା’ର ଖୋଜଖବର ନାହିଁ । ଏଭଳି ଏକ ସମ୍ବେଦଳଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଞ୍ଚଳରେ । ନିଜର ୩ ବର୍ଷର ଶିଶୁପୁତ୍ରକୁ ୧୮ଦିନ ପୂର୍ବରୁ ବିକି ଦେଇଥିଲେ । ସେହି ଗାଁର ବିଶ୍ୱଜିତ ଜେନା ଜନ୍ମଦେଲା ମା’ଠାରୁ ଶିଶୁପୁତ୍ରକୁ କିଣିଥିଲେ ।

ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ମଦନମୋଦନ ବେହେରାଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ ସଦସ୍ୟମାନେ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ଥାନା କର୍ମଚାରୀଙ୍କ ଉପସ୍ଥିତିରେ ଚାଇଲ୍ଡ ଲାଇନ ସଦସ୍ୟମାନେ ବିଶ୍ୱନାଥଙ୍କ ଘରୁ ଶିଶୁକୁ ଉଦ୍ଧାର କରିଥିଲେ । ଖଇରା ମେଡିକାଲରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ