Masthead

ପାଣି ପାଇଁ ଘେରିଲେ

ଚିଲିକା (ବଡ଼ ଖବର ବ୍ୟୁରୋ): ଚିଲିକା ବ୍ଳକ ଜରିପଡା ପଞ୍ଚାୟତରେ ଶତାଧିକ ମହିଳାଙ୍କ ଦ୍ୱାରା ପଞ୍ଚାୟତ ଅଫିସ ଘେରାଉ । ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ ଅଫିସ ଏବଂ ଫାଟକରେ ଚାବି ପକାଇଛନ୍ତି ମହିଳାମାନେ । ଚିଲିକା ଏକ ଲବଣ ଯୁକ୍ତ ଅଞ୍ଚଳ ଏଠାରେ ମଧୁର ପାନୀୟ ଜଳ ପାଇବା ସାତ ସପନ ହୋଇପଡ଼ିଛି । ସରକାର ଦେଉଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରେ କେଉଁଠି ପତିଆରା ଜାହିରକରି ଗଳିଆ ବାଟରେ ପାଣି ମିଳୁଛି ତ ପୁଣି କେଉଁଠି ପାଣି ବୁନ୍ଦେ ମିଳୁନାହିଁ। ଜଳ ସଙ୍କଟ ଦୂର କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ବିଭିନ୍ନ ଜଳ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ବେୟ କରାଯାଉଛି କିନ୍ତୁ ଜଳ ବୁନ୍ଦେ ପାଇବା କଷ୍ଟକର । ପଞ୍ଚାୟତରେ ଦୀର୍ଘ ବର୍ଷର ସମସ୍ୟାକୁ ସ୍ଥାନୀୟ ସରପଞ୍ଚଙ୍କ ନୀରବତା ସହ ପ୍ରଶାସନିକ ଅଧିକାରୀମାନଙ୍କ ଚୁପ ରହିବା ଯୋଗୁଁ ଆଜି ଅଞ୍ଚଳର ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିଥିଲେ । ପଞ୍ଚାୟତ ପରିସରକୁ ତାଲା ମାରିବା ସହ କାଲୁପଡା-ଟାଙ୍ଗୀ ମୂଖ୍ୟ ରାସ୍ତାକୁ ବନ୍ଦ କରିଥିଲେ । ଚିଲିକା ବିଡ଼ିଓଙ୍କ ନିର୍ଦେଶରେ ଯନ୍ତ୍ରୀ ସଞ୍ଜୀବ ମଲ୍ଲିକ ପ୍ରତିଶ୍ରୁତି ଦେବା ସହ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଆନ୍ଦୋଳନରତ ମହିଳାମାନଙ୍କୁ ବୁଝାସୁଝା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ