Masthead

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଚୀନର ନିର୍ଦ୍ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ତାଇୱାନକୁ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ଚୀନ ପ୍ରଧାନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଲାଗିରହିଛି । ଗୋଟିଏ ପଟେ ଭାରତ ଅନ୍ୟ ପଟେ ତାଇୱାନକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ ।

ଚଳିତ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି କରିବ ବୋଲି ସଂସଦରେ ଉଦବୋଧନ ଦେଇ କହିଛନ୍ତି ଲି କେକ୍ୱିଆଙ୍ଗ୍ । ଫଳରେ ଚୀନର ପ୍ରତିରକ୍ଷା ବଜେଟ୍ ୨୨୫ ବିଲିୟନ ଡଲାର ଅର୍ଥାତ୍ ୧୮ ଲକ୍ଷ ୩୮ ହଜାର ୪୭୭ କୋଟି ଛୁଇଁବ ବୋଲି କୁହାଯାଉଛି । ଏହାକୁ ମିଶାଇ ଲଗାତାର ୮ ବର୍ଷ ହେବ ଚୀନ ତାର ପ୍ରତିରକ୍ଷା ବଜେଟରେ ଲଗାତାର ଭାବେ ବୃଦ୍ଧି କରିଚାଲିଛି । ଯାହା ଭାରତ ସମେତ ପଡ଼ୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆମେରିକା ପରେ ବିଶ୍ୱରେ ଚୀନର ପ୍ରତିରକ୍ଷା ବଜେଟ୍ ଦ୍ୱିତୀୟ ସର୍ବଧିକ ଥିବା ବେଳେ ଏହି କ୍ଷେତ୍ରରେ ଭାରତ ତିନି ନମ୍ବରରେ ଅଛି । ତାଇୱାନଠୁ ଆରମ୍ଭ କରି ଦକ୍ଷିଣ ଚୀନ ମହାସାଗରରେ ଆମେରିକାର କାର୍ୟ୍ୟକଳାପକୁ ନେଇ ବେଜିଂ ଚିନ୍ତାରେ ଅଛି । ଏହାଛଡା ଚୀନର ଚେତାବନୀ ସତ୍ୱେ ଆମେରିକାର ତତକାଳୀନ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନର ଚିନ୍ତା ଆହୁରୀ ବଢାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ