Masthead

ଚୀନ ସିସିଟିଭିକୁ ଭାରତରେ ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଷଡ଼ଯନ୍ତ୍ର କରୁଛି ବଦମାସ ଚୀନ । ତଥ୍ୟ ନେବାକୁ ହେଉଛି ଆଭଗର । ଶତ୍ରୁ ସାଜି ଭାରତ ବିରୋଧରେ ବିଛାଉଛି ଜାଲ । ବେଇମାନ ଚୀନକୁ ଶକ୍ତ ଚାପୁଡା ମାରିଛି ଭାରତ । ଜ୍ୟୋତି ମଲହୋତ୍ରାର କଥା ମନରୁ ଲିଭି ନଥିବାବେଳେ ଏବେ ଚୀନର ଅସଲ ରୂପ ସାମ୍ନାକୁ ଆସିଛି । ଚୀନ ନିର୍ମିତ ସିସିଟିଭି କରୁଛି ଭାରତର ଗୁପ୍ତତଥ୍ୟ ଚୋରୀ । ଯେଉଁ କାରଣ ପାଇଁ ଭାରତ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଛି । ବିନା ଯାଞ୍ଚରେ ଆଉ ବିକ୍ରି ହୋଇପାରିବନି ବିଦେଶୀ ନିର୍ମିତ ସିସିଟିଭି ଓ କ୍ୟାମେରା । ଏନେଇ ଭାରତ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ଏଣିକି ଭାରତୀୟ ଲ୍ୟାବ ବିଦେଶୀ ନିର୍ମିତ ସିସିଟିଭି ଏବଂ ଅନ୍ୟାନ୍ୟ ଉପକରଣକୁ ପରୀକ୍ଷା କରାଯିବ ।

ଏବେ ସିସିଟିଭି ନିର୍ମାଣକାରୀ କମ୍ପାନୀ ଗୁଡିକୁ ଭାରତୀୟ ଲ୍ୟାବ ହାର୍ଡୱେୟାର, ସଫ୍ଟୱେୟାର ଭଳି ଇଲେକଟ୍ରିକ ସାମଗ୍ରୀ ଉପରେ ଯାଂଚ କରାଯିବ । ଚୀନର ସାଓମି, ଦାହୁଆ ଓ ଆମେରିକାର ମଟ୍ରୋଲା ଭଳି ଅନେକ ଜଣାଶୁଣା କମ୍ପାନୀକୁ ମଧ୍ୟ ଏବେ ଭାରତୀୟ ଲ୍ୟାବ୍ରେ ପରୀକ୍ଷା କରାଯିବ ।

ଏପ୍ରିଲ ୯ରେ ଏନେଇ ଭାରତ ସରକାର ଏନେଇ ନିଷ୍ପତ୍ତି ନେଇଥିଲେ । ଚୀନର ସାଓମି, ଦାହୁଆ ସହ ଆମେରିକାର ମଟ୍ରୋଲା ଭଳି ୧୭ଟି ଘରୋଇ କମ୍ପାନୀ ସହ ଏନେଇ ବୈଠକ ମଧ୍ୟ କରିଥିଲେ । ଯାହାକୁ ନେଇ ଅନ୍ୟ ବୈଦେଶିକ କମ୍ପାନୀ ଗୁଡିକ ବିରୋଧ କରିଥିଲେ ଏବଂ କିଛି ସମୟ ମାଗିଥିଲେ । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସମଗ୍ର ଆଇଟି କମ୍ପାନୀକୁ ଦୋହଲାଇ ଦେଇଛି । ଫଳରେ ବିରୋଧୀ ଚୀନକୁ ଶକ୍ତି ଝଟକା ଲାଗିଛି ।

 

 

 

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ