Masthead

୫୦ ବର୍ଷ ପୂର୍ବେ କରାଯାଇଥିଲା ପ୍ରଥମ କଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲ୍ୟାଣ୍ଡଫୋନର ଯୁଗ ସରିଯାଇଛି । ଏବେ ମୋବାଇଲ ଫୋନ ସାଧାରଣ ଲୋକଙ୍କ ଅବିଛେଦ୍ୟ ଅଙ୍ଗ ପାଲଟିଛି । ୧୯୭୩ ଏପ୍ରିଲ ୩ ତାରିଖର ଏକ ଫୋନ୍ କଲ ଗଣମାଧ୍ୟମ ଜଗତକୁ ପରିବର୍ତ୍ତନ କରିଦେଇଥିଲା । ମୋବାଇଲରୁ ପ୍ରଥମ କଲ ୫୦ ବର୍ଷ ପୂର୍ବେ କରାଯାଇଥିଲା । ମୋଟୋରୋଲା କମ୍ପାନୀର ଇଞ୍ଜିନିୟର ମାର୍ଟି କୁପର ୧୯୭୩ ଏପ୍ରିଲ ୩ରେ ଡଇନା ଟଇଏସି ୮୦୦୦ଏକ୍ସ ମୋବାଇଲରୁ କଲ କରିଥିଲେ । ନୁ୍ୟୟର୍କର ରାସ୍ତାରେ ଚାଲୁଥିଲା ବେଳେ ମୋବାଇଲ ବ୍ୟବହାର କରି ସେ ସେହି କଲକୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନି ବେଲ ଲାବୋରଟୋରିସର ଜୋଏଲ ଏଞ୍ଜେଲଙ୍କୁ କଲ କରିଥିଲେ ।

ଏହି କଲ ବର୍ତ୍ତମାନର ମୋବାଇଲ ଫୋନ ପ୍ରସ୍ତୁତି ପାଇଁ ଦେଖାଇଥିଲା ନୂଆ ରାସ୍ତା । ବ୍ୟବହାର ହୋଇଥିବା ଡିଭାଇସ ଆମେରିକାର ମୋବାଇଲ ନିର୍ମାତାମାନଙ୍କୁ ଉସôାହିତ କରିଥିଲା । ଆମେରିକାର ମୋବାଇଲ ନିର୍ମାତାମାନେ ମୋବାଇଲ ପ୍ରସ୍ତୁତ କରିବା ପାଇଁ ୧୦୦ ମିଲିଅନ ଡଲାର ନିବେଶ କରିଥିଲୋ ୧୯୮୩ରେ ବଜାରକୁ ଆସିଲା ସେଲ ଫୋନ । ୩୩ ସେଣ୍ଟିମିଟର ଲମ୍ବା ୧.୧ କେଜି ଓଜନର ଏହି ମୋବାଇଲ ଫୋନର ସ୍କି୍ରନ ନଥିଲା । କେବଳ ବଟନ ସ୍ପିକର, ମାଇକ୍ରୋଫୋନ ଓ ଏକ ବଡ଼ ଆଣ୍ଟିନା ଥିଲା । ଏହାରି ଭିତରେ ୫୦ ବର୍ଷ ବିତିଗଲା ।

ମୋବାଇଲର ନୂଆ ଅବତାର ଏବେ ସମସ୍ତଙ୍କ ହାତରେ । ସମସ୍ତଙ୍କ ପାଇଁ ଯୋଗାଯୋଗ ଡିଭାଇସ ଏକ । ମୋବାଇଲ ଫୋନ । ୨୦୧୧ରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ସେହି ସମୟରେ ମୋବାଇଲ ଫୋନର ଆକାର ଏକ ଜୋତା ଖୋଳ ଭଳି ବଡ଼ ଥିଲା । ତାକୁ ଚାର୍ଜ କରିବା ପାଇଁ ୧୦ ଘଣ୍ଟା ଲାଗୁଥିଲା । ଫୁଲଚାର୍ଜ ହେବା ପରେ ମାତ୍ର ୨୫ ମିନିଟ କଥା ହେବା ସମ୍ଭବ ହେଉଥିଲା । ମୋବାଇଲ ଫୋନର ଓଜନ ପାଖାପାଖି ଏକ କିଲୋ ଓଜନ ଥିଲା । ଏହାକୁ ବାଣିଜ୍ୟ ଉଦେ୍ଦଶ୍ୟରେ ବିକ୍ରି କରିବା ପାଇଁ ଦଶ ବର୍ଷ ସମୟ ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା