Masthead

ବେଦାନ୍ତ ଲୌହ ଖଣି ବିରୋଧରେ ସିଆଇଟିୟୁର ଗଣ ଧାରଣା , ସମସ୍ୟା ସମାଧାନ ନହେବା ପର୍ୟ୍ୟନ୍ତ ଧାରଣା ଜାରି

କୋଇଡା(ବଡ଼ ଖବର ବ୍ୟୁରୋ): କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ କାଶୀରା ପଞ୍ଚାୟତ ନଦିଡିହି ବେଦାନ୍ତ ଲୌହ ଖଣି ( ଇଏସଏଲ) ଗେଟ୍ ସମ୍ମୁଖରେ ସ୍ଥାନୀୟ ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି, ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର, ପାରିପାଶ୍ୱିର୍କ ଉନ୍ନତି, ଶୁଦ୍ଧ ପାନୀୟଜଳ, ସ୍ଥାନୀୟ ଟ୍ରକ୍ ଟିପର୍ କୁ ଲୋଡିଂ ସୁଯୋଗ , ସ୍ୱାସ୍ଥ୍ୟ ସେବା , ସ୍ଥାନୀୟ ପରିବହନ, ପଞ୍ଚାୟତ ରାସ୍ତାର ଦୁରୁପଯୋଗ, ଆଦିବାସୀ ଜମି ଅଧୀଗ୍ରହଣ ପ୍ରମୁଖ ସମସ୍ୟାର ତୁରନ୍ତ ସମାଧାନ ନେଇ ଆଜି ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ, ସୁନ୍ଦରଗଡ ମାଇନ୍ସ ଏଣ୍ଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ବଣାଇଁ ଟ୍ରକ୍ ଏବଂ ଟିପର ମାଲିକ ସଂଘ ଓ ସିଆଇଟିୟୁର ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ମାନେ ଆଜି ଖଣି ଗେଟ୍ ସମ୍ମୁଖରେ ଗଣ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିସହ ଖଣି ଭିତରେ ପଶି ଖଣିର ସମସ୍ତ କାର୍ୟ୍ୟକୁ ବନ୍ଦ କରିବା ସହ ମୁଖ୍ୟ ଗେଟ୍ ରେ ତାଲା ପକାଇଥିଲେ। ଲିଖିତ ଓ ମୌଖିକ ଭାବରେ ଉପୋରୋକ୍ତ ଦାବିଗୁଡିକ ସମ୍ବନ୍ଧରେ ବାରମ୍ବାର ଅଭିଯୋଗ ଖଣି କର୍ତ୍ତୃପକ୍ଷ ଓ ପ୍ରସାଶନ ନିକଟରେ କରି ଆସୁଥିଲେ ।

ହେଲେ ସମସ୍ୟାର ସମାଧାନ ପରିବର୍ତ୍ତେ ସ୍ଥିତି ଆହୁରି ଜଟିଳ ହେଇ ଗଲା ଶେଷରେ ଖଣି ବିରୋଧରେ ବିକ୍ଷୋଭ କରିବା ପାଇଁ ବାଧ୍ୟ ହୋଇଛୁ ବୋଲି ବିଧାୟକ ପ୍ରକାଶ କରିବା ସହ ଯେତେବେଳେ ପର୍ୟ୍ୟନ୍ତ ସମାଧାନ ନ ହୋଇଛି ଏ ବିକ୍ଷୋଭ ଆହୁରି ଭୟଙ୍କର ରୁପ ନେବ ବୋଲି ଚେତାବନୀ ଦେଇଥିଲେ । ଉକ୍ତ ଗଣ ଧାରଣାରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ , ସିପିଆଇଏମ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ , ସିଆଇଟିୟୁ ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା , କୋଇଡା ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା , ବଣାଇଁ ଟ୍ରକ୍ ଏବଂ ଟିପର ମାଲିକ ସଂଘ କାର୍ୟ୍ୟକାରୀ ସଭାପତି ଅଶୋକ ସାମଲ , ପାଞ୍ଚ ଗୋଟି ପଞ୍ଚାୟତ ସରପଞ୍ଚ , ବାଦଲ ବାରିକ ,ହଳଧର ଦେହୁରୀ ପ୍ରମୁଖଙ୍କ ସହ ପାଞ୍ଚ ହଜାର ରୁ ଉର୍ଦ୍ଧ୍ଵ କର୍ମୀ ବ୍ୟାନର, ପୋଷ୍ଟର, ପତାକା ଧରି ସାମିଲ ହୋଇଥିଲେ ।

ସବୁଠାରୁ ବଡ କଥା ଅନ୍ୟ ଦଳ ସମର୍ଥିତ ସ୍ଥାନୀୟ ସରପଞ୍ଚ ଏ ବିକ୍ଷୋଭରେ ବିଧାୟକଙ୍କ ନେତୃତ୍ଵରେ ନିଜ ସମର୍ଥକଙ୍କ ସହ ଆଗ ମାଟି ପରେ ପାର୍ଟି ନାରା ସହ ସାମିଲ୍ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଖଣି ସମ୍ମୁଖରେ ବହୁ ମାତ୍ରାରେ ପୋଲିସ୍ ଫୋର୍ସ ମୁତୟନ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା