Masthead

ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୭୬୧ ଜଣ ଛାତ୍ରଛାତ୍ରୀଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବାର ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୫୪୫ ଜଣ ପୁରୁଷ ଥିବାବେଳେ ୨୧୬ ଜଣ ମହିଳା ଅଛନ୍ତି । ଏଥିରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ଜାଗ୍ରତୀ ଅବସ୍ତୀ ମହିଳାଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟପ ୨୫ ଜଣଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଥିବାବେଳେ ୧୨ ଜଣ ମହିଳା ଅଛନ୍ତି । ଅନ୍ୟପଟେ ଓଡ଼ିଶାର ଜୁବିନ ମହାପାତ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ସହ ୪୬ ରାଙ୍କରେ ଅଛନ୍ତି । ୨୦୧୮ ମସିହାରେ ୨୩୫ ରାଙ୍କ ଏବଂ ୨୦୧୯ ମସିହାରେ ୩୭୯ ରାଙ୍କ ରଖିଥିଲେ ।

ତେବେ ଏଥର ନିଜର ପ୍ରଚେଷ୍ଟା ଫଳରେ ସେ ୪୬ ରାଙ୍କ ହାସଲ କରିଛନ୍ତି । ସେହିପରି ଝାରସୁଗୁଡ଼ା ଝିଅ ରୀନା ପ୍ରଧାନଙ୍କୁ ମଧ୍ୟ ସଫଳତା ମିଳିଛି । ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ରୀନା ୧୯୪ ରାଙ୍କ ରଖିଛନ୍ତି । ପେଶାରେ ସେ ଜଣେ ଡାକ୍ତର । ପୂର୍ବରୁ ସେ ୨ ଥର ସିଭିଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ । ତେବେ ୨୦୨୦ ବ୍ୟାଚରେ ପୁଣି ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ