ଜେଲ୍‌ରେ ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ମଧ୍ୟରେ ସଂଘର୍ଷ: ୨ ମୃତ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପରକୁ ଆକ୍ରମଣ କରିବାରୁ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ମନଦୀପ ସିଂ ତୋଫାନ, ମନମୋହନ ସିଂ ଏବଂ କେଶବ ଯାଦବଙ୍କ ମଧ୍ୟରେ ରବିବାର ତରନ ତାରନ ଜିଲାରେ ଥିବା ଗୋଇଣ୍ଡଓ୍ବାଲ ଜେଲରେ ରକ୍ତାକ୍ତ ସଂଘର୍ଷ ଘଟିଛି। ରବିବାର ଅପରାହ୍ନ ୩ଟା ବେଳେ ତରନତାରନସ୍ଥିତ ଗୋଇନ୍ଦ୍ୱାଲର କେନ୍ଦ୍ରୀୟ ଜେଲରେ ବନ୍ଦୀଥିଲେ ଅଭିଯୁକ୍ତ ।

ହେଲେ କୌଣସି କାରଣରୁ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଏମାନେ ଗତବର୍ଷ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିଲେ। ସେମାନଙ୍କ ବିରୋଧରେ ଅନ୍ୟ କେତେକ ମାମଲା ମଧ୍ୟ ରହିଥିଲା ବୋଲି ବରିଷ୍ଠ ଏସ୍‌ପି ଗୁରମିତ୍‌ ସିଂ ଚୌହାନ କହିଛନ୍ତି। ଏହି ୩ ଜଣ ଗୋଟିଏ ଗ୍ରୁପ୍‌ର ସଦସ୍ୟ ବୋଲି ଏସ୍‌ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ’ ୨୯ରେ ପଞ୍ଜାବର ମନସା ଜିଲାରେ ମୁସେୱାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ