Masthead

ଗଞ୍ଜାମରେ ବିଜେପି-ବିଜେଡି କର୍ମୀ ହାତାହାତି

ଗଞ୍ଜାମ  (ବଡ଼ ଖବର ବ୍ୟୁରୋ): ୫-ଟି ସଚିବଙ୍କ ଗସ୍ତକୁ ବିରୋଧ । ତିନିଦିଆ ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବଙ୍କୁ ବିରୋଧ । ବିଜେପି ପକ୍ଷରୁ ୫-ଟି ସଚିବଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । କାର୍ଯ୍ୟ ଆରମ୍ଭରୁ ପାଟପୁର ଗାନ୍ଧି ଛକରେ ବିଜେପି କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି । ସେହିପରି ଦିଗପହଣ୍ଡି ପୁଞ୍ଜି କୟିଆଁ ଛକ ଠାରେ ମଧ୍ୟ ଶତାଧିକ କର୍ମୀ ଏବଂ ନେତା କଳା ପୋଷାକ ପିନ୍ଧି ଗୋ ବ୍ୟାକ୍ ନାରା ଦେଇ ପ୍ରତିବାଦ କରିଥିଲେ। ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଏପରି ମାଡ଼ ମାରିବା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ପାଖାପାଖି ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ପରେ ବିଜେପି କର୍ମୀଙ୍କୁ ସେଠୁ ଉଠାଇ ନେଇଛି ପୋଲିସ । ଏହି ଗଣ୍ଡଗୋଳରେ ୪ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛିା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ