Masthead

ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ କ୍ଲିଣ୍ଟନ

ୱାଶିଂଟନ(ବଡ଼ ଖବର ବ୍ୟୁରୋ) :   ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଅଛନ୍ତି କାର୍ଲିଫର୍ଣ୍ଣିଆର ପୂର୍ବତନ ରାଷ୍ଟ୍ରପତି ବିଲ୍ଲ କ୍ଲିଣ୍ଟନ । ରକ୍ତ ସଂକ୍ରମଣ ଯୋଗୁ ସେ କାର୍ଲିଫର୍ଣ୍ଣିଆର ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ହସପିଟାଲରେ ଆଇସିୟୁରେ ଅଛନ୍ତି । ତେବେ କୌଣସି ଶ୍ୱାସକ୍ରିୟା ଜନିତ ମେସିନରେ ନାହାଁନ୍ତି ।

ସ୍ୱାଭାବିକ ଭାବେ ତାଙ୍କ ନିଃଶ୍ୱାସ ପ୍ରଶ୍ୱାସ ଜାରି ରହିଛି ।  University California Irvine Medical Center ର ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । କ୍ଲିଣ୍ଟନଙ୍କ ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ଡାକ୍ତରୀ ନର୍ସ ଓ ଅନ୍ୟ ମେଡିକାଲ ଷ୍ଟାପ ତାଙ୍କର ଉପଯୁକ୍ତ ଯତ୍ନ ନେଉଥିବା ମଧ୍ୟ ସେ କହିଛନ୍ତି । ସେ ଯଥା ଶୀଘ୍ର ହସ୍ପିଟାଲରୁ ଡିସଚାର୍ଚ୍ଚ ହେବେ ବୋଲି ମୁଖପାତ୍ର କହିଛନ୍ତି । ସୂଚନା ଅନୁଯାୟୀ କ୍ଲିଣ୍ଟନଙ୍କ ସ୍ୱସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମଙ୍ଗଳବାର ଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ