Masthead

ସ୍ୱଚ୍ଛତା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମାଗୁଛନ୍ତି ରିପୋର୍ଟ କାର୍ଡ । ମାତ୍ର ରିପୋର୍ଟ କାର୍ଡରେ କ’ଣ ଅଛି, ରାଜ୍ୟବାସୀ କେତେ ଭାଭବାନ ହେଉଛନ୍ତି ସାଧାରଣ ଲୋକ ଜାଣିପାରନ୍ତି ନାହିଁ । ରୁଟିନ୍ ୱାର୍କ ଭଳି ଏବେ ମଧ୍ୟ ମଗାଯାଇଛି ରିପୋର୍ଟ କାର୍ଡ । ଆସନ୍ତା ମେ’ ୨୯ରେ ନବୀନ ସରକାରର ପଞ୍ଚମ ପାଳିର ୪ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ମନ୍ତ୍ରୀମାନେ କେତେ ଦକ୍ଷ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସବୁଥର ପରି ଏବେ ମାଗିଛନ୍ତି ରିପୋର୍ଟ କାର୍ଡ । ମାତ୍ର ମନ୍ତ୍ରୀମାନେ ଦାଖଲ କରୁଥିବା ରିପୋର୍ଟର ସତ୍ୟତା ଯାଞ୍ଚ ହେଉଛି କି ନାହିଁ କିଏ କହିବ? ତେଣେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ କହିଛନ୍ତି ଆମେ ଯେଉଁ ବିଭାଗ ପାଇଁ କାମ କରୁଛୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛୁ । ମୁଖ୍ୟମନ୍ତ୍ରୀ ଯାହା ନିଦେ୍ର୍ଦଶ ଦେଉଛନ୍ତି ପାଳନ କରାଯାଉଛି ।

ଆଶା ଅଛି ମୁଖ୍ୟମନ୍ତ୍ରୀ ରିପୋର୍ଟକୁ ନେଇ ଖୁସି ବ୍ୟକ୍ତ କରିବେ । ସେହିପରି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଲୋକଙ୍କ ହୀତସାଧନ ପାଇଁ ରାଜସ୍ୱ ବିଭାଗ କାର୍ୟ୍ୟ କରୁଛି । ରିପୋର୍ଟ ଦେଖି ମୁଖ୍ୟମନ୍ତ୍ରୀ ନିଶ୍ଚୟ ଖୁସି ହେବେ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ତାତ୍ସଲ୍ୟ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି ଯେକୌଣସି ନିର୍ବାଚନ ଆସିଲେ ସ୍ୱଚ୍ଛତା କଥା ମନେ ପଡେ । ମୁଖ୍ୟମନ୍ତ୍ରୀ ମାଗନ୍ତି ରିପୋର୍ଟ କାର୍ଡ । ବିଜେପି କହିଛି ରିପୋର୍ଟ କାର୍ଡ ଏକ ବାହାନା । ସ୍ୱଚ୍ଛତା ନାଁରେ ଚାଲିଛି ପହସନ । ରିପୋର୍ଟ କାର୍ଡ ଦାଖଲ କରି ମନ୍ତ୍ରୀମାନେ ଗଣମାଧ୍ୟମକୁ ସୂଚନା ଦେଇଥାନ୍ତି । ରିପୋର୍ଟ କାର୍ଡ ମାଗିବା ଓ ଦାଖଲ କରିବା ଭିତରେ ସାଧାରଣ ଜନତାଙ୍କ ସ୍ୱାର୍ଥ କେତେ ସୁରକ୍ଷିତ ସମୀକ୍ଷା ହେଉଛି ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି