Masthead

ରାସ୍ତା ନାହିଁ ତ ଭୋଟ ନାହିଁ !

 

ତିର୍ତ୍ତୋଲ , (ବଡ଼ ଖବର ବ୍ୟୁରୋ):

ତିର୍ତ୍ତୋଲ ଉପନିର୍ବାଚନ ନିର୍ବାଚନ ଉଷ୍ମତା ନେଇ ଯେତିକି ଚର୍ଚ୍ଚାରେ ତା ଠାରୁ ଅଧିକ ଚର୍ଚ୍ଚାରେ ଭୋଟରଙ୍କ ଭୋଟ ବର୍ଜନ କୁ ନେଇ। ଦିନକୁ ଦିନ ସବୁ ଦଳ ନିଜ ପ୍ରାଥି ପାଇଁ ଭୋଟ ହାତେଇ ବା ସହ ଷ୍ଟାର୍ ପ୍ରଚାରକ ଦ୍ଵାରା ନିଜ ଦଳର ଆଭିମୁଖ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଶତପ୍ରତିଶତ ଚେଷ୍ଟିତ ଥିବା ବେଳେ  ଗୋଟିଏ ପରେ ଗୋଟିଏ ପଞ୍ଚାୟତ ଏବଂ ଗାଁ ର ଭୋଟର  ଭୋଟ ବର୍ଜନ ନିଷ୍ପତ୍ତି ସବୁ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। କିଛି ଦିନ ତଳେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର, କଟରା ବିରିତୋଲ ପଞ୍ଚାୟତ ର ଭୋଟର ମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି।

 

ପଞ୍ଚାୟତ ରୁ ଅଧିକ ଲୋକ ଯେଉଁ ରାସ୍ତା ଉପରେ ଯା ଆସ କରନ୍ତି ତାହାର ଅବସ୍ଥା ଶୋଚନୀୟ।ବର୍ଷା ଦିନରେ ରାସ୍ତାରେ ଆଁଠୁଏ କାଦୁଅ। ଦୀର୍ଘ୨୦ ବର୍ଷ ଧରି ଅନେକ ନେତା , ବିଭାଗୀୟ ଅଫିସର୍ ଙ୍କ ପାଖକୁ ଦଉଡ଼ି ଦଉଡ଼ି ଲୋକମାନଙ୍କ ଚପଲ ଘୋରି ହୋଇଯାଇଥିଲେ ବି କିଛି ବି ସୁଫଳ ମିଳି ନାହିଁ। ଶେଷରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ରେ ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି ଅସୁବିଧା ଭୋଗୁଥିବା ପଂଚାୟତ ର ସମସ୍ତ ଭୋଟର।

ଏହି ଭଳି ଆଉ ଏକ ଭୋଟ ବର୍ଜନ ର ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ପଞ୍ଚାୟତ ର୧୧ ନମ୍ୱର୍ ୱାଡ଼ ମଲ୍ଲିକ ସାହି ରେ। ସମସ୍ତ ଜନସାଧାରଣ ଅଭିଯୋଗ ହେଲା ପ୍ରତିଥର ନେତାମାନେ ଭୋଟ ହାତେଇବା ପାଇଁ ପକା ରାସ୍ତାର ପ୍ରତିଶ୍ରୁତି ଦିଅନ୍ତି। ନେତାଙ୍କର ନିଜ ସ୍ବାର୍ଥ ପୁରଣହେଇଗଲାପରେ ସେମାନେ ଆମଭଳି ସଧାରଣ ଲୋକଙ୍କ ସ୍ୱାର୍ଥକୁ ଭୁଲି ଯାଉଛନ୍ତି। ହେଲେ ଆଉ ନୁହେଁ ଯଦି ସ୍ଵାଧୀନତା ର ୭୪ ବର୍ଷ ପରେ ଯଦି ଆମ ମାନଙ୍କ ପାଇଁ ପକାରାସ୍ତା ହୋଇପାରୁନାହିଁ ତେବେ ଆମେ ମାନେ ଭୋଟ କଣ ପାଇଁ ଦେବୁବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଭୋଟ ବର୍ଜନ ର ନିଷ୍ପତି ନେଇଥିବା ଭୋଟରଙ୍କ ମତ କେଉଁ ଦଳ ର ନେତାଙ୍କ କଥାରେ ବଦଳୁଛି ତାହା ଦେଖିବା ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା