Masthead

ରାସ୍ତା ନାହିଁ ତ ଭୋଟ ନାହିଁ !

 

ତିର୍ତ୍ତୋଲ , (ବଡ଼ ଖବର ବ୍ୟୁରୋ):

ତିର୍ତ୍ତୋଲ ଉପନିର୍ବାଚନ ନିର୍ବାଚନ ଉଷ୍ମତା ନେଇ ଯେତିକି ଚର୍ଚ୍ଚାରେ ତା ଠାରୁ ଅଧିକ ଚର୍ଚ୍ଚାରେ ଭୋଟରଙ୍କ ଭୋଟ ବର୍ଜନ କୁ ନେଇ। ଦିନକୁ ଦିନ ସବୁ ଦଳ ନିଜ ପ୍ରାଥି ପାଇଁ ଭୋଟ ହାତେଇ ବା ସହ ଷ୍ଟାର୍ ପ୍ରଚାରକ ଦ୍ଵାରା ନିଜ ଦଳର ଆଭିମୁଖ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଶତପ୍ରତିଶତ ଚେଷ୍ଟିତ ଥିବା ବେଳେ  ଗୋଟିଏ ପରେ ଗୋଟିଏ ପଞ୍ଚାୟତ ଏବଂ ଗାଁ ର ଭୋଟର  ଭୋଟ ବର୍ଜନ ନିଷ୍ପତ୍ତି ସବୁ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। କିଛି ଦିନ ତଳେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର, କଟରା ବିରିତୋଲ ପଞ୍ଚାୟତ ର ଭୋଟର ମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି।

 

ପଞ୍ଚାୟତ ରୁ ଅଧିକ ଲୋକ ଯେଉଁ ରାସ୍ତା ଉପରେ ଯା ଆସ କରନ୍ତି ତାହାର ଅବସ୍ଥା ଶୋଚନୀୟ।ବର୍ଷା ଦିନରେ ରାସ୍ତାରେ ଆଁଠୁଏ କାଦୁଅ। ଦୀର୍ଘ୨୦ ବର୍ଷ ଧରି ଅନେକ ନେତା , ବିଭାଗୀୟ ଅଫିସର୍ ଙ୍କ ପାଖକୁ ଦଉଡ଼ି ଦଉଡ଼ି ଲୋକମାନଙ୍କ ଚପଲ ଘୋରି ହୋଇଯାଇଥିଲେ ବି କିଛି ବି ସୁଫଳ ମିଳି ନାହିଁ। ଶେଷରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ରେ ଭୋଟ ବର୍ଜନର ନିଷ୍ପତି ନେଇଛନ୍ତି ଅସୁବିଧା ଭୋଗୁଥିବା ପଂଚାୟତ ର ସମସ୍ତ ଭୋଟର।

ଏହି ଭଳି ଆଉ ଏକ ଭୋଟ ବର୍ଜନ ର ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ପଞ୍ଚାୟତ ର୧୧ ନମ୍ୱର୍ ୱାଡ଼ ମଲ୍ଲିକ ସାହି ରେ। ସମସ୍ତ ଜନସାଧାରଣ ଅଭିଯୋଗ ହେଲା ପ୍ରତିଥର ନେତାମାନେ ଭୋଟ ହାତେଇବା ପାଇଁ ପକା ରାସ୍ତାର ପ୍ରତିଶ୍ରୁତି ଦିଅନ୍ତି। ନେତାଙ୍କର ନିଜ ସ୍ବାର୍ଥ ପୁରଣହେଇଗଲାପରେ ସେମାନେ ଆମଭଳି ସଧାରଣ ଲୋକଙ୍କ ସ୍ୱାର୍ଥକୁ ଭୁଲି ଯାଉଛନ୍ତି। ହେଲେ ଆଉ ନୁହେଁ ଯଦି ସ୍ଵାଧୀନତା ର ୭୪ ବର୍ଷ ପରେ ଯଦି ଆମ ମାନଙ୍କ ପାଇଁ ପକାରାସ୍ତା ହୋଇପାରୁନାହିଁ ତେବେ ଆମେ ମାନେ ଭୋଟ କଣ ପାଇଁ ଦେବୁବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଭୋଟ ବର୍ଜନ ର ନିଷ୍ପତି ନେଇଥିବା ଭୋଟରଙ୍କ ମତ କେଉଁ ଦଳ ର ନେତାଙ୍କ କଥାରେ ବଦଳୁଛି ତାହା ଦେଖିବା ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍