Masthead

ସରକାର ଭାଙ୍ଗୁଛନ୍ତି ଆଚରଣ ବିଧି!

କାକଟପୁର (ବଡ଼ ଖବର ବ୍ୟୁରୋ): ସରକାର ଭାଙ୍ଗୁଛନ୍ତି ଆଚରଣ ବିଧି!  ଉପନିର୍ବାଚନ ପୂର୍ବରୁ ସରକାରୀ ଅର୍ଥ ହରିଲୁଟ । ଉପନିର୍ବାଚନ ହେବାର ବିଗୁଲ ବାଜିଲା ପରେ, ମନ୍ତ୍ରୀ ଦେଉଛନ୍ତି ପଞ୍ଚାୟତବାସୀଙ୍କୁ ଉପହାର । ହୋଇଛି ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ । ଲାଗିନାହିଁ ହାଇମାଷ୍ଟ ଲାଇଟ । ହୋଇନାହିଁ ଷ୍ଟ୍ରିଟ ଲାଇଟ ମରାମତି। ନିମ୍ନମାନର ରାସ୍ତା କାର୍ଯ୍ୟ ସହ ଏପରି ଅନେକ ଅଭିଯୋଗ ଆଣିଛି ଅସ୍ତରଙ୍ଗ ମିଳିତମେଣ୍ଟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତର ସମିତି ସଭ୍ୟ ଗିରିଧାରୀ ସେଠୀଙ୍କ ଆକସ୍ମିକ ମୃତ୍ୟୁ ପରେ, ମେ’ ୨ତାରିଖରେ ଅସ୍ତରଙ୍ଗରେ ହେବାକୁ ଯାଉଛି ସମିତି ସଭ୍ୟ ଉପନିର୍ବାଚନ ।

ମାର୍ଚ୍ଚ ୨୨ତାରିଖରୁ ଲାଗିଛି ଆଦର୍ଶ ଆଚରଣ ବିଧି । ଚାଲିଛି ନାମାଙ୍କନପତ୍ର ଦାଖଲ । ଉପନିର୍ବାଚନରେ ପୁଣି ହେବ ଶାସକ ଦଳ – ମିଳିତ ମେଣ୍ଟ ମଧ୍ୟରେ ଲଢେ଼ଇ । ହଜାର ହଜାର ସମର୍ଥକଙ୍କୁ ନେଇ ମିଳିତ ମେଣ୍ଟର ଜବରଦସ୍ତ ରୋଡ଼ ଶୋ କରି ନୋମିନେସନ ପତ୍ର ଦାଖଲ ପରେ, ଦୁର୍ନୀତି, ଲୁଟ, ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ, କାର୍ଯ୍ୟ ନକରି, ବିଡିଓଙ୍କ ବିନା ଦସ୍ତଖତରେ ମିଥ୍ୟା ବିଲ କରି ସରକାରୀ ଅର୍ଥ ଲୁଟ ହେବାର ଅଭିଯୋଗ ଆଣିଛି ମିଳିତ ମେଣ୍ଟ ।

ତାଳଦା ପଂଚାୟତରେ ହାଇମାଷ୍ଟ ଲାଇଟ ଲାଗିବା, ଷ୍ଟ୍ରିଟ ଲାଇଟ ମରାମତି ହେବା, ରାସ୍ତା କାର୍ୟ୍ୟ ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ ହେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ମିଳିତ ମେଣ୍ଟ । ସରକାରଙ୍କ ଲକ୍ଷଧିକ ଟଙ୍କା ମିଥ୍ୟା ବିଲ୍ ଦ୍ୱାରା ଲୁଟ ହୋଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ମିଳିତ ମେଣ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’