Masthead

ସରକାର ଭାଙ୍ଗୁଛନ୍ତି ଆଚରଣ ବିଧି!

କାକଟପୁର (ବଡ଼ ଖବର ବ୍ୟୁରୋ): ସରକାର ଭାଙ୍ଗୁଛନ୍ତି ଆଚରଣ ବିଧି!  ଉପନିର୍ବାଚନ ପୂର୍ବରୁ ସରକାରୀ ଅର୍ଥ ହରିଲୁଟ । ଉପନିର୍ବାଚନ ହେବାର ବିଗୁଲ ବାଜିଲା ପରେ, ମନ୍ତ୍ରୀ ଦେଉଛନ୍ତି ପଞ୍ଚାୟତବାସୀଙ୍କୁ ଉପହାର । ହୋଇଛି ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ । ଲାଗିନାହିଁ ହାଇମାଷ୍ଟ ଲାଇଟ । ହୋଇନାହିଁ ଷ୍ଟ୍ରିଟ ଲାଇଟ ମରାମତି। ନିମ୍ନମାନର ରାସ୍ତା କାର୍ଯ୍ୟ ସହ ଏପରି ଅନେକ ଅଭିଯୋଗ ଆଣିଛି ଅସ୍ତରଙ୍ଗ ମିଳିତମେଣ୍ଟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତର ସମିତି ସଭ୍ୟ ଗିରିଧାରୀ ସେଠୀଙ୍କ ଆକସ୍ମିକ ମୃତ୍ୟୁ ପରେ, ମେ’ ୨ତାରିଖରେ ଅସ୍ତରଙ୍ଗରେ ହେବାକୁ ଯାଉଛି ସମିତି ସଭ୍ୟ ଉପନିର୍ବାଚନ ।

ମାର୍ଚ୍ଚ ୨୨ତାରିଖରୁ ଲାଗିଛି ଆଦର୍ଶ ଆଚରଣ ବିଧି । ଚାଲିଛି ନାମାଙ୍କନପତ୍ର ଦାଖଲ । ଉପନିର୍ବାଚନରେ ପୁଣି ହେବ ଶାସକ ଦଳ – ମିଳିତ ମେଣ୍ଟ ମଧ୍ୟରେ ଲଢେ଼ଇ । ହଜାର ହଜାର ସମର୍ଥକଙ୍କୁ ନେଇ ମିଳିତ ମେଣ୍ଟର ଜବରଦସ୍ତ ରୋଡ଼ ଶୋ କରି ନୋମିନେସନ ପତ୍ର ଦାଖଲ ପରେ, ଦୁର୍ନୀତି, ଲୁଟ, ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ, କାର୍ଯ୍ୟ ନକରି, ବିଡିଓଙ୍କ ବିନା ଦସ୍ତଖତରେ ମିଥ୍ୟା ବିଲ କରି ସରକାରୀ ଅର୍ଥ ଲୁଟ ହେବାର ଅଭିଯୋଗ ଆଣିଛି ମିଳିତ ମେଣ୍ଟ ।

ତାଳଦା ପଂଚାୟତରେ ହାଇମାଷ୍ଟ ଲାଇଟ ଲାଗିବା, ଷ୍ଟ୍ରିଟ ଲାଇଟ ମରାମତି ହେବା, ରାସ୍ତା କାର୍ୟ୍ୟ ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ ହେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ମିଳିତ ମେଣ୍ଟ । ସରକାରଙ୍କ ଲକ୍ଷଧିକ ଟଙ୍କା ମିଥ୍ୟା ବିଲ୍ ଦ୍ୱାରା ଲୁଟ ହୋଇଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ମିଳିତ ମେଣ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି